Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଓଡ଼ିଶାର ସମୁଦ୍ର କୂଳେ କୂଳେ ହେବ ରାଜପଥ – ଗୋପାଳପୁରରୁ ଦୀଘା କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ଗ୍ରୀନ ସିଗ୍‌ନାଲ ଦେଲେ ରାଜ୍ୟ ସରକାର

5/12/2019 at 5:57 PM

ଭୁବନେଶ୍ୱର ୦୫।୧୨ –  ଓଡିଶାରେ ଆଗକୁ ବଢିଲା ଭାରତ ମାଳା ପରିଯୋଜନା । ଗୋପାଳପୁରରୁ ଦୀଘା କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ଗ୍ରୀନ ସିଗିନାଲ ଦେଲେ ରାଜ୍ୟ ସରକାର । ଫଳରେ  ବହୁ ପ୍ରତୀକ୍ଷିତ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଭିତରେ ଚାଲିଥିବା ଟଣା ଓଟରାରେ ପୂର୍ଣ୍ଣଛେଦ ପଡିଛି । ବିରୋଧୀ କହୁଛନ୍ତି ସରକାରଙ୍କ ହସ୍ତକ୍ଷେପ ଯୋଗୁଁ କାମ ଆଗକୁ ବଢିପାରି ନଥିଲା । ଏବେ ସରକାର ଯେଉଁ ନିଷ୍ପତ୍ତି ନେଲେ ଆଗରୁ ନେଇଥିଲେ କାମ ଆଗେଇ ସାରନ୍ତାଣି ।

କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପ ମତ ପାର୍ଥକ୍ୟ ହଟିଲା ।  ଓଡିଶାରେ ଭାରତମାଳା ପ୍ରକଳ୍ପରେ ଦୀଘା ଠାରୁ ଗୋପାଳପୁର ଯାଏଁ ନୂଆ ଜାତୀୟ ରାଜପଥ ନିର୍ମାଣକୁ ରାଜ୍ୟ ସରକାର ଗ୍ରୀନ ସିଗ୍‌ନାଲ ଦେଲେ । ଏହା ମଧ୍ୟରେ ସାତପଡାରୁ ଦୀଘା ଯାଏଁ ରାସ୍ତା ନିର୍ମାଣକୁ ନେଇ ଯେଉଁ ମତପାର୍ଥକ୍ୟ ଥିଲା ତାହା ଏବେ ହଟିଛି ।

ଏଥିପାଇଁ ବିଭିନ୍ନ ବିଭାଗର ଆବଶ୍ୟକୀୟ ଅନୁମତି ନେବାକୁ ଆବେଦନ ଲାଗି ଏନଏଚଆଇକୁ କହିଛନ୍ତି ରାଜ୍ୟସରକାର । ବଡ କଥା ହେଲା ଏହି ରାସ୍ତା ଏନଏଚଆଇ ତିଆରି କରିଥିବା ପ୍ଲାନ ଅନୁସାରେ କରିବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି । ମୋଟ ୪୫୧ କିଲୋମିଟର ରାସ୍ତା ତିଆରି ହେଉଥିବାବେଳେ ସାତପଡାରୁ ଦୀଘା ଯାଏଁ ୨୪୦.୧୨ କିମି ରାସ୍ତା ଲାଗି ଖର୍ଚ୍ଚ ହେବ ୨୧୯୬.୪୯ କୋଟି ଟଙ୍କା ।

ସେମିତି ସାତପଡାରୁ ଗୋପାଳପୁର ରାସ୍ତା ତିଆରି ଓ ଚିଲିକାରେ ପୋଲ ନିର୍ମାଣ ସଂପର୍କରେ ବାଟ ଖୋଲିବାକୁ ପୁଣି ବୈଠକ ଡାକିବେ ସରକାର । ପୂର୍ବରୁ ରାଜ୍ୟସରକାର କୋଷ୍ଟାଲ ହାଇଓ୍ବେକୁ ସମୁଦ୍ର କୂଳେ କୂଳେ କରିବାକୁ ଦାବି କରୁଥିଲେ । ହେଲେ ବିଭିନ୍ନ ବିଭାଗୀୟ ପ୍ରତିବନ୍ଧକ ଓ ଆର୍ଥିକ ବୋଝ ବଢ଼ିବା ଦର୍ଶାଇ ଏନଏଚଆଇ ଏଥିରେ ରାଜି ହୋଇ ନଥିଲା । କିନ୍ତୁ ଏବେ ସରକାର ଏନଏଚଆଇ ସହ ରାଜି ହୋଇଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଭାରତ ମାଳା ପ୍ରକଳ୍ପ ଘୋଷଣା କରିଥିଲେ।  ଏଥିରେ ଓଡିଶା ଉପକୂଳରେ ୪୫୧ କିଲୋମିଟର ରାସ୍ତା ତିଆରି ହେବା ଘୋଷଣା ହୋଇଥିଲା । ହେଲେ ବିଭିନ୍ନ ଆଳ ଦେଖାଇ ଡିଜାଇନ ପରିବର୍ତ୍ତନ କରିବାକୁ ଦାବି କରୁଥିଲେ ରାଜ୍ୟ ସରକାର ।

ଏହି ଡିଜାଇନ ନ ବଦଳିଲେ ପ୍ରକଳ୍ପ ତିଆରି ସମ୍ଭବ ନୁହେଁ ବୋଲି ଖୋଲା ଖୋଲି ବିରୋଧ ବି କରୁଥିଲେ । ଫଳରେ ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ଭିତରେ ଟଣା ଓଟରା ଚାଳିଥିଲା । ହେଲେ ଏବେ ସେଇ ପୁରୁଣା ଡିଜାଇନକୁ ରାଜ୍ୟ ହଁ ମାରିବା ପରେ ସମାଲୋଚନା କରିଛନ୍ତି ବିରୋଧୀ । ସରକାର ଆଗରୁ ଏହା କରିଥିଲେ ପ୍ରକଳ୍ପ କାମ ଆଗକୁ ବଢିଥାନ୍ତା । ତେଣୁ ଜାଣି ଶୁଣି  ସରକାର ବିକାଶରେ ବାଧକ ହେଲେ ବୋଲି ବିଜେପି କହିଛି । କଂଗ୍ରେସ କହିଛି ବିଜେଡି ଏବେ କେନ୍ଦ୍ର ପାଖରେ ସରେଣ୍ଡର କରିଛି ସେଥିଲାଗି ଭଲ ମନ୍ଦ ନବୁଝି ଯାହାକୁ ମନା କରୁଥିଲା ସେଥିରେ ରାଜି ହେଉଛି । ସେପଟେ ବିଜେଡିର ଯୁକ୍ତି ସରକାର ବିଭିନ୍ନ ତର୍ଜମା କରିବା ପରେ ପ୍ରକଳ୍ପକୁ ଆଗୁକୁ ବଢାଇଛନ୍ତି ।

କୋଷ୍ଟାଲ ହାଇଓ୍ବେ ହେଲେ ଓଡିଶାର ପର୍ଯ୍ୟଟନ ବିକାଶ ସାଙ୍ଗକୁ ଯୋଗାଯୋଗରେ ବି ଉନ୍ନତି ଆସିବ । ରାଜ୍ୟର ପ୍ରମ୍ମୁଖ ବନ୍ଦର ଗୁଡିକ ଭିତରେ ସଂଯୋଗୀ କରଣ ସହଜ ହେବ । ତେଣୁ ଏବେ   ରାଜ୍ୟସରକାର ଏହାକୁ ଗ୍ରୀନ ସିଗନାଲ ଦେବା ପରେ ଏନଏଚଏଆଇ  ଜମି ଅଧିଗ୍ରହଣ, ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ସିଆରଜେଡ କ୍ଲିଅରାନ୍ସ ସାଙ୍ଗକୁ ଓ୍ବାଇଲ୍ଡ ଲାଇଫ ବିଭାଗର ଅନୁମତି ଲାଗି ରାଜ୍ୟସରକାରଙ୍କ ମାଧ୍ୟମରେ ଆବେଦନ କରିବ ।

   Related Posts