୨୭ରେ ଭାରତ ବନ୍ଦ ! ଡାକରା ଦେଲା ସଂଯୁକ୍ତ କିଷାନ ମଞ୍ଚ, କଂଗ୍ରେସର ସମର୍ଥନ ଘୋଷଣା

Published By : Prameya-News7 Bureau | September 20, 2021 IST

ଭୁବନେଶ୍ୱର,୨୦/୦୯: ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି । ସଂଯୁକ୍ତ କିଷାନ ମଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିବ । ସେହିପରି ସମସ୍ତ କେନ୍ଦ୍ରୀୟ ସଙ୍ଗଠନ ସମର୍ଥନ କରିବେ ବୋଲି ରବିବାର ଏକ ମିଳିତ ବୈଠକରେ ନିଷ୍ପତ୍ତି ହୋଇଛି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଓଡ଼ିଶା ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ରାଧାକାନ୍ତ ସେଠୀ ସୂଚନା ଦେଇଛନ୍ତି । ଏହାସହ ୨୪ ତାରିଖରେ ସ୍କିନ୍‌ ୱାର୍କର୍ସମାନଙ୍କ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରାଯାଇଛି । ବୈଠକରେ ମୋଦି ସରକାରଙ୍କ ୩ କଳା କୃଷି ଆଇନକୁ ବାତିଲ କରିବା, ଶ୍ରମ କୋର୍ଡକୁ ରଦ୍ଧ କରିବା, ବିଦ୍ୟୁତ ବିଲ୍‌-୨୦୨୦କୁ ପ୍ରତ୍ୟାହାର କରିବା ନେଇ ଆଲୋଚନା ହୋଇଥିଲା ।

ସେହପରି ପ୍ରାଇଭେଟ ମଣ୍ଡି ଉଚ୍ଛେଦ କରିବା, ଚାଷୀଙ୍କୁ ସହାୟକ ମୂଲ୍ୟ ପ୍ରଦାନ କରିବା ଓ ୪୫-୪୬ତମ ଶ୍ରମ ସମ୍ମିଳନୀର ସୁପାରିଶକୁ କାର୍ଯ୍ୟକାରୀ କରି ସ୍କିନ୍‌ ୱାର୍କର୍ସମାନଙ୍କୁ ଶ୍ରମିକର ମାନ୍ୟତା ଦେବାକୁ ଦାବି ହୋଇଛି । ବୈଠକରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ମହିଳା ସଭାନେତ୍ରୀ ପ୍ରଣତୀ ମିଶ୍ର, ଯୁବ ଶାଖାର ସଭାପତି ସତ୍ୟବ୍ରତ ନାୟକ, ଏଆଇଟିୟୁସିର ବିଜୟ ଜେନା, ଏଚଏମ୍‌ଏସର ବୀରେନ୍ଦ୍ର ପ୍ରତାପ ଦାସ, ସିଆଇଟିୟୁର ରମେଶ ଜେନା, ଏଆଇଟିୟୁସିର ନିରଞ୍ଜନ ମହାନ୍ତି, ଟିୟୁସିସିର ଜ୍ୟୋତି ରଞ୍ଜନ ମହାପାତ୍ର ଓ ସେୱାର ପରିଲତା ମହାପାତ୍ର ଯୋଗଦେଇ ଭାରତ ବନ୍ଦକୁ ସଫଳ କରିବା ଲାଗି ରାଜଧାନୀରେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ପଥପ୍ରାନ୍ତ ସଭା ଓ ପ୍ରାଚିର ପତ୍ର ବଣ୍ଟନ ଲାଗି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.