ବଢୁଛି ଆତ୍ମହତ୍ୟା ସଂଖ୍ୟା, ପୂର୍ବ ଏସିଆରେ ଭାରତର ସ୍ଥାନ ୧ ନମ୍ବର: କାହିଁକି? କାରଣ କ'ଣ?

Published By : Prameya-News7 Bureau | February 21, 2020 IST

ଭୁବନେଶ୍ବର୨୧/୧: ଭାରତରେ ଆତ୍ମହତ୍ୟା ସଂଖ୍ୟା ବଢୁଛି ଏବଂ ଏଥିରେ କିଶୋର କିଶୋରୀ ମାନଙ୍କ ହାର ବେଶ୍ ଅଧିକ । ପରିସଂଖ୍ୟାନ ଅନୁଯାୟୀ ପ୍ରତି ଏକ ଲକ୍ଷ ଜନ ସଂଖ୍ୟାରେ ୧୬ ଦଶମିକ ୫ ପ୍ରତିଶତ ବ୍ୟକ୍ତି କରୁଛନ୍ତି ଆତ୍ମହତ୍ୟା । ଏ କ୍ଷେତ୍ରରେ  ଓଡିଶାରେ ମଧ୍ୟ ସ୍ଥିତି ଉଦବେଗଜନକ।

ଚିନ୍ତା ବଢାଉଛି ଆତ୍ମହତ୍ୟା, ପୂର୍ବ ଏସିଆରେ ଭାରତ ପ୍ରଥମ। ୧ ଲକ୍ଷ ଜନସଂଖ୍ୟାରେ ୧୬.୫% କରୁଛନ୍ତି ଆତ୍ମହତ୍ୟା ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ ରିପୋର୍ଟ କହୁଛି ୧୫ ରୁ ୨୯ ବର୍ଷ ଯୁବଗୋଷ୍ଠୀଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା ।

ବଢୁଛି ଆତ୍ମହତ୍ୟା ଘଟଣା ଓ ଆତ୍ମହତ୍ୟା ପ୍ରବଣତା । ଦକ୍ଷିଣ ପୂର୍ବ ଏସିଆରେ ସବୁଠାରୁ ଅଧିକ ଆତ୍ମହତ୍ୟା ଘଟୁଛି   ଭାରତରେ । ପ୍ରତି ଏକ ଲକ୍ଷ ଜନ ସଂଖ୍ୟାରେ ୧୬ ଦଶମିକ ୫ ପ୍ରତିଶତ ବ୍ୟକ୍ତିବିଶେଷ କରୁଛନ୍ତି ଆତ୍ମହତ୍ୟା । ଯୁବ ବର୍ଗରେ ଏହା ଅଧିକ ଦେଖିବାକୁ ମଳୁଛି। ପରିବର୍ତ୍ତିତ ପରିବେଶରେ କିଶୋର କିଶୋରୀ ବିଶେଷକରି ଛାତ୍ରଛାତୀଙ୍କ କ୍ଷେତ୍ରରେ ଏଭଳି ପ୍ରବୃତ୍ତି ଚିନ୍ତାର କାରଣ ପାଲଟିଛି ।  ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ୧୫ରୁ ୨୯ ବର୍ଷ ମଧ୍ୟରେ ଥିବା ଯୁବଗୋଷ୍ଠୀଙ୍କ କ୍ଷେତ୍ରରେ ଏହା ଅଧିକ ।  ଆମ ରାଜ୍ୟରେ ୧୩ ବର୍ଷରୁ ୧୯ ବର୍ଷ ମଧ୍ୟ ବର୍ଗ ମଧ୍ୟରେ ଦେଖାଦେଉଛି ମାରାତ୍ମକ ଆତ୍ମହତ୍ୟା ପ୍ରବଣତା । ଏହାକୁ ରୋକିବା କ୍ଷେତ୍ରରେ ଅଭିଭାବକ ଓ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ରହିଛି ଗରୁତ୍ବପୂର୍ଣ ଭୂମିକା । ଏ ଦିଗରରେ ଛାତ୍ରଛାତ୍ରୀଙ୍କର କାଉନସେଲିଂ ଆବଶ୍ୟକ ହୋଇପଡିଛି ।

କାହିଁକି ଆତ୍ମହତ୍ୟା ସଂଖ୍ୟା ବଢୁଛି ? ଏହା ପଛର କାରଣ କଣ ? କିପରି ଏହାକୁ ରୋକାଯାଇ ପାରିବ ? କାହିଁକି ଅଧିକରୁ ଅଧିକ ଛାତ୍ରଛାତ୍ରୀ ହେଉଛନ୍ତି ଅବସାଦଗ୍ରସ୍ତ? ସ୍କୁଲ ପାଠ, କୋଚିଂ, ଟ୍ୟୁସନର ମାତ୍ରାଧିକ ଚାପ ନା  ମୋବାଇଲର ଅତ୍ୟଧିକ  ବ୍ୟବହାରର କୁଫଳ? ସୋସିଆଲ ମିଡିଆରେ ଅଧିକରୁ ଅଧିକ ଛାତ୍ର ଛାତ୍ରୀ ବ୍ୟସ୍ତ ରହିବା ପ୍ରମୁଖ କାରଣ ପାଲଟିଛି ।  ବାପା ମାଆଙ୍କ କାର୍ଯ୍ୟବ୍ୟସ୍ତତା, ପିଲାଙ୍କୁ ସମୟ ନଦେବା ମଧ୍ୟ ଅନ୍ୟ ଏକ କାରଣ ।

ସ୍କୁଲ ସ୍ତରରୁ ଆରମ୍ଭ ହୋଇଯାଉଛି ପ୍ରତିଯୋଗିତା । ତା ସହିତ ଡିଜିଟାଲ ଦୁନିଆର ମାୟା ମଧ୍ୟ କିଶୋର କିଶୋରୀଙ୍କୁ ବାଟବଣା କରୁଛି । ତାକୁ ରୋକିବା ସମସ୍ତଙ୍କ ପାଇଁ ବଡ ଆହ୍ୱାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.