Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ସମଗ୍ର ଦେଶରେ ବିରଳ : ଓଡିଶାର ଏହି ଗାଁରେ ରହିଛି ଭାରତ ମାତାଙ୍କ ମନ୍ଦିର, ପ୍ରତିଦିନ ପୂଜାର୍ଚ୍ଚନା ଓ ଭୋଗ ଲାଗିଲେ ଯାଇ ଗ୍ରାମବାସୀ ଗ୍ରହଣ କରନ୍ତି ଖାଦ୍ୟ

15/08/2019 at 7:23 PM

ବୌଦ୍ଧ (ଉଦିତ କୁମାର ନାଗ) ୧୫|୮: ଆଜି ସମଗ୍ର ଭାରତବର୍ଷ ପାଳନ କରୁଛି ୭୩ତମ ସ୍ବତନ୍ତ୍ରତା ଦିବସ । ତ୍ରିରଙ୍ଗା ଉଡାଇ ଦେଶବାସୀ ଦେଶମାତୃକାର ରକ୍ଷା ପାଇଁ ଜୀବନକୁ ବଳୀ ଦେଇଥିବା ବୀରପୁରୁଷମାନଙ୍କ ସ୍ମୃତି ଚାରଣ କରିଛନ୍ତି । ହଲେ ଭାରତ ମାତାଙ୍କୁ ନିଜ ଇଷ୍ଟ ଦେବୀ ମାନିନେଇ ପୂଜାର୍ଚ୍ଚନା କରିବା ହୁଏତ ବହୁତ କମ ଦେଖିବାକୁ ମିଳିଥାଏ । ବୌଦ୍ଧ ଜିଲ୍ଲାରେ ଏମିତି ଏକ ସଂଗ୍ରାମୀ ଗାଁ ରହିଛି ଯେଉଠି ଦେଶ ସ୍ବାଧୀନତା ପୂର୍ବରୁ ଭାରତମାଙ୍କ ମନ୍ଦିର ନିର୍ମ।ଣ କରାଯାଇ ଆଜି ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଉଛି ।

ବୌଦ୍ଧ ଜିଲ୍ଲା ବହିରା ପଂଚାୟତର ବନପାଲି ଗାଁ । ଜିଲ୍ଲା କାର୍ଯୟାଳୟରୁ ମାତ୍ର ୨୫କିମି ମନମୁଣ୍ଡା ରାସ୍ତାରେ ଗଲେ ପଡେ ଏହି ଗାଁ । ଏହି ଗାଁର ଏକ ବିଶେଷତ୍ବ ହେଲା ଏହି ଗାଁରେ ରହିଛି ଭାରତ ମାତାଙ୍କ ମନ୍ଦିର । ଯାହାକି ଦେଶରେ ମଧ୍ୟ ଖୁବ୍ ବିରଳ । ଗ୍ରାମବାସୀଙ୍କ କହିବା ଅନୁସାରେ ଦେଶ ସ୍ବାଧୀନତା ପାଇବାର ଖୁବ୍ ପୂର୍ବରୁ ଏହି ଗାଁରେ ଭାରତମାତାଙ୍କ ମନ୍ଦିର ନିର୍ମ।ଣ କରାଯାଇ ଥିଲା ।

ଗାଁରେ ଜନ୍ମ ନେଇଥିବା ସ୍ବଧୀନତା ସଂଗ୍ରାମୀମାନେ ଏହି ମନ୍ଦିର ନିର୍ମ।ଣକରି ଭାରତମାତାଙ୍କୁ ପୂଜାର୍ଚ୍ଚନା କରିଆସୁଥିଲେ । ପିଢି ପରେ ପିଢି ଭାରତମାତାଙ୍କ ପୂଜାର୍ଚ୍ଚନା କରିଆସୁଥିବା ବଳେ ଗ୍ରାମର ଇଷ୍ଟ ଦେବୀ ମାନି ନେଇଛନ୍ତି ଲୋକେ । ଏପରିକି ବର୍ଷର ସମସ୍ତ ପର୍ବପର୍ବ।ଣୀରେ ଭାରତମାତାଙ୍କ ଆଗରେ ଆଗ ଭୋଗ ଲାଗି ହେବା ପରେ ଗ୍ରାମବାସୀ ପ୍ରସାଦ ସେବନ କରିଥାନ୍ତି ।ହଲେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବାରୁ ମନ୍ଦିରର ପ୍ରଚାର ପ୍ରସାର ହୋଇପାରୁନଥିବା ଅଭିଯୋଗ ହୋଇଛି ।                            

ବନପାଲି ଗାଁର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ଗାଁରେ ଜନ୍ମ ନେଇଥିବା ୩ଜଣ ମହାନ ପୁରୁଷ ଏବଂ ମହିୟସୀ ମହିଳା ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସ୍ବାଧୀନତା ସଂଗ୍ରାମୀ ଶ୍ରୀପତି ମହେର, ଗୌରହରୀ ମହେର ଏବଂ ବୃନ୍ଦାବତୀ ମହେର ଇଂଗ୍ରେଜ ସରକାରକୁ ଦେଶରୁ ତଡିବାରେ ଗାନ୍ଧିଜୀ ଦେଇଥିବା ସ୍ବାଧୀନତା ସଂଗ୍ରାମରେ ନିଜକୁ ସାମିଲ କରିଥିଲେ ।

ଏବେ ଏହି ସଂଗ୍ରାମୀମାନଙ୍କ ପରିବାର ଲୋକେ ଦୁର୍ଦିନରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ପେଟକୁ ଦାନା ଯୋଗାଇବା ପାଇଁ ପ୍ରତିଦିନ ଜୀବନ ସହ ସଂଗ୍ରାମ କରୁଛନ୍ତି ସଂଗ୍ରାମୀ ଶ୍ରୀପତି ମହେରଙ୍କ ସ୍ତ୍ରୀ । ସ୍ବାମୀଙ୍କ ମୃତ୍ୟୁ ପରେ ପେନସନ ମଧ୍ୟ ବନ୍ଦ ହୋଇଯାଇଛି । ସଂଗ୍ରାମୀଙ୍କ ପରିବାର ପ୍ରତି ସରକାର ତୁରନ୍ତ ସୁଦୃଷ୍ଟି ଦେବାକୁ ଦାବୀ ହୋଇଛି । ଅପର ପକ୍ଷରେ ବୌଦ୍ଧ ଜିଲ୍ଲାପାଳ ନିଜେ ସ୍ଥାନ ପରିଦର୍ଶନ କରି ଯଥା ସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।                            

ବନପାଲି ଗାଁ । ଯେଉଠି ଭାରତମାତା ଗ୍ରାମର ଇଷ୍ଟ ଦେବୀ, ଯେଉଠି ସଂଗ୍ରାମୀଙ୍କ ଜନ୍ମଭୁମୀ, ସେଇ ଗାଁ ଆଜି ଅବହେଳିତ । ସେଠାରେ ଥିବା ସଂଗ୍ରାମୀଙ୍କ ପରିବାର ଆଜି ଅବହେଳିତ ।

   Related Posts