Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଭାରତ ମହାସାଗରରେ ଚୀନ ଡଙ୍ଗା ! ବେଆଇନ ଗତିବିଧିରେ ସଂପୃକ୍ତି ସନ୍ଦେହ

9/12/2021 at 9:17 AM

ନୂଆଦିଲ୍ଲୀ ୦୯/୧୨: ଭାରତ ମହାସାଗରରେ ଚାଇନା ଡଙ୍ଗା । ବୁଧବାର ଭାରତ ମହାସାରରରେ ଏକ ଚୀନ ଡଙ୍ଗା ଚିହ୍ନଟ ହୋଇଛି । ଚୀନ ଡଙ୍ଗାଟି ସମୁଦ୍ର ମଧ୍ୟକୁ ପଶି ଆସିଥିଲା ।

ରିପୋର୍ଟ ଅନୁସାରେ, ଚାଇନାର ଅନେକ ଜାହାଜ ଭାରତ ମହାସାଗରର ସେହି ଅଞ୍ଚଳରେ ଦେଖିବାକୁ ମିଳିଥିଲା ଯେଉଁଠି ପ୍ରତିବନ୍ଧକ ରହିଛି । ସେଠାରେ ମାଛଧରିବା ପାଇଁ ମଧ୍ୟ କେହି ଯାଆନ୍ତି ନାହିଁ । ୨୦୧୬ରୁ ଏଠାରେ ମାଛଧରା ଡଙ୍ଗା ଉପରେ କଟକଣା ଲାଗିଛି । ନିକଟରେ ଓମାନ ଓ ୟେମେନର କିଛି ଜାହାଜ ମନଇଚ୍ଛା ଅନ୍ୟ ଦେଶର ଜଳସୀମାରେ ପ୍ରବେଶ କରି ମାଛ ଧରୁଥିଲେ । ଯାହା ବେଆଇନ ଅଟେ । ତେବେ ଏହାର ଅନୁଧ୍ୟାନ କରିବା ପାଇଁ ସେପରି କିଛି ସଙ୍ଗଠନ ନାହିଁ ।

ଭାରତ ମହାସାଗରରେ ମଧ୍ୟ ବୁଧବାର ସେପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । କିଛି ଡଙ୍ଗା ଏଠାରେ ପ୍ରବେଶ କରିବା ସହ ଅନେକ ସମୟ ଧରି ଅଟକି ରହିଥିଲେ । ଏହି ଡଙ୍ଗା ଗୁଡିକ ୟେମେନ୍ ଓ ଓମାନ ଜଳସୀମା ନିକଟରେ ରହିଥିଲେ । ଏହି ସ୍ଥାନରେ ମାଛ ଧରିବା ପାଇଁ ଅନୁମତି ନଥିଲେ ବି ଡଙ୍ଗା ଗୁଡିକ କେଉଁ କାରଣରୁ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଚୀନ ସର୍ବଦା ବିସ୍ତାରବାଦୀ ନୀତି ଉପରେ ବିଶ୍ୱାସ କରି ଆସୁଛି ।  ଏପରି ଭାବେ ଅନ୍ୟ ଦେଶର ଜଳ ସୀମାରେ ପ୍ରବେଶ କରି ଚୀନ ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି ।

   Related Posts