କରୋନା ପାଇଁ ନାସାଟିକା ଆଣିବ ଭାରତ ବାୟୋଟେକ୍: ଡିସେମ୍ବର ସୁଦ୍ଧା ଉପଲବ୍ଧ ହେବ ୨୦ରୁ ୩୦ କୋଟି ଟିକା

Published By : Prameya-News7 Bureau | October 18, 2020 IST

ଭୁବନେଶ୍ୱର ୧୮/୧୦ : କରୋନା ମୁକାବିଲାରେ ଭାକ୍ସିନ ଏକ ଗୁରୁତ୍ବ ପୂର୍ଣ୍ଣ ଭୂମିକା ନେବାକୁ ଯାଉଛି। ଖୁସିର କଥା ହେଉଛି ଭାକ୍ସିନ ବିକାଶର ପ୍ରତିଯୋଗିତା ମଧ୍ୟରେ ଭାରତରେ ଏହା ଖୁବ ଶୀଘ୍ର ଉପଲବ୍ଧ ହେବା ନେଇ ଆଶା ସଞ୍ଚାର ହୋଇଛି।  ଏମିତି ଏହି ମାସ କିମ୍ବା ଆସନ୍ତା ମାସରେ ପ୍ରଥମ ପର୍ଯ୍ୟାୟ ଭାକ୍ସିନ ମିଳିବା ସମ୍ଭାବନା ରହିଛି। ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି ଯେ ଭାରତ ବାୟୋଟେକ ଇଣ୍ଟ୍ରାନାଜାଲ ଭାକ୍ସିନ ତିଆରି କରିବାକୁ ଯାଉଛି।

{"id":346724,"sizeSlug":"large"}

କରୋନା ପାଇଁ ନାସାଟିକା ଆଣିବ ଭାରତ ବାୟୋଟେକ୍‌।  ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ହାଇଦ୍ରାବାଦର ଭାରତ ବାୟୋଟେକ୍‌ ୱାଶିଂଟନ ୟୁନିଭର୍ସିଟି ଏବଂ ସେଣ୍ଟ ଲୁଇସ୍‌ ୟୁନିଭର୍ସଟି ସହିତ ଏକ ବୁଝାମଣା ସ୍ବାକ୍ଷାର କରିଛି। ଏହା ଦ୍ବାରା ନାକରେ ଦିଆଯାଇପାରୁଥିବା କରୋନା ଟିକାର ଭାରତରେ ପରୀକ୍ଷଣ କରିବ ଭାରତ ବାୟୋଟେକ। ଏହି ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସେଣ୍ଟ ଲୁଇସ ୟୁନିଭର୍ସିଟିରେ କରାଯାଉଛି ଏବଂ ପରବର୍ତ୍ତୀ ପରୀକ୍ଷଣଗୁଡ଼କ ଭାରତରେ ହେବ।

{"id":346728,"sizeSlug":"large"}

ଏହା ଦ୍ବାରା ନାଜାଲ ଭାକ୍ସିନ ଖୁବ ଶୀଘ୍ର ଭାରତରେ ମିଳିପାରିବ।  ସୂଚନା ଯୋଗ୍ୟ ଭାରତ ବାୟୋଟେକ୍‌ ଦେଶର ପ୍ରଥମ ସ୍ବାଦେଶୀ କରୋନା ଭାକ୍ସିନ କୋଭାକ୍ସିନର ପରୀକ୍ଷଣ ଜାରି ରଖିଛି। ସେହିପରି ଆମେରିକାର କୋଡା ଜେନିକ୍ସ ମଧ୍ୟ ଏକ ଇଣ୍ଟ୍ରାନାଜାଲ ଭାକ୍ସିନର ପରୀକ୍ଷଣ ଭାରତରେ କରିବାକୁ ଯାଉଛି। ଏହାକୁ ପୁନେର ସେରମ ଇନଷ୍ଟିଚ୍ୟୁଟ ମାଧ୍ୟମରେ ଭାରତରେ ପରୀକ୍ଷଣ କରାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

{"id":346726,"sizeSlug":"large"}

ସେପଟେ ସେରମ ଇନଷ୍ଟିଚ୍ୟୁଟ କାର୍ଯ୍ୟକାରୀ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି ଯେ ଭାରତରେ ଡିସେମ୍ବର ସୁଦ୍ଧା ୨୦ରୁ ୩୦ କୋଟି ଟିକା ଉପଲବ୍ଧ ହୋଇଯିବ। ତେବେ ସଂପୂର୍ଣ୍ଣ ପରୀକ୍ଷା ପରେ ମାର୍ଚ୍ଚ ୨୧ ବେଳକୁ ଏହା ବଜାରରେ ଉପଲବ୍ଧ ହେବ। ସେରମ ଇନଷ୍ଟିଚ୍ୟୁ କରିଥିବା ପରୀକ୍ଷାର ରିପୋର୍ଟ ଡ୍ରଗ କଣ୍ଟ୍ରୋଲ ର ଜେନେରାଲ ଅଫ ଇଣ୍ଡିଆକୁ ଡିସେମ୍ବର ସୁଦ୍ଧା ପ୍ରଦାନ କରିବ। ଡିଜିସିଆଇ ଅନୁମତି ପ୍ରଦାନ କଲା ପରେ ଏହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିକଟକୁ ପଠାଯିବ।

{"id":346727,"sizeSlug":"large"}

ରୁଷ ତିଆରି କରିଥିବା ଟିକା ସ୍ପୁଟନିକ ଫାଇଭ ଟିକାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ କରିବା ଲାଗି ଡକ୍ଟର୍ସ ରେଡି ଚୁକ୍ତି ବଦ୍ଧ ହୋଇଛି। ତେଣୁ ବିଦେଶରେ ବିକଶିତ ହେଉଥିବା ଟିକା ଭାରତକୁ ଆସିବା ନେଇ ବିଭିନ୍ନ ସଂସ୍ଥା ଜରିଆରେ ଉଦ୍ୟମ ଜାରି ରହିଛି।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କରୋନା ଟିକାର ବିକାଶ ଏବଂ ଭବିଷ୍ୟତ ବିତରଣର ସମୀକ୍ଷା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.