Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭାରତ ବାୟୋଟେକ୍‌ର WHO ସହ ବୈଠକ, କୋଭାକ୍ସିନ୍‌କୁ ତାଲିକାରେ ସାମିଲ ନେଇ ହୋଇପାରେ ନିଷ୍ପତ୍ତି

23/06/2021 at 11:55 AM

ନୂଆଦିଲ୍ଲୀ ୨୩।୬: ଭାରତ ବାୟୋଟେକ୍ ର କୋଭାକ୍ସିନ୍ ଖୁବ୍ ଶୀଘ୍ର ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ତାଲିକାରେ ସାମିଲ ହୋଇପାରେ । ଡବ୍ଲୁଏଚଓ ଭାରତ ବାୟୋଟେକ୍ ର କୋଭିଡ୍ ୧୯ ପ୍ରତିରୋଧୀ ଟିକା କୋଭାକ୍ସିନ ପାଇଁ ଇଓଆଇ ପ୍ରସ୍ତାବକପ ସ୍ବୀକାର କରିସାରିଛି । ଟିକାକୁ ମଞ୍ଜୁରୀ ସମ୍ବନ୍ଧୀୟ ଦସ୍ତାବେଜ ପ୍ରଦାନ କରିବା ପୂର୍ବରୁ ବୁଧବାର ଡବ୍ଲୁଏଚଓ ସହ ବୈଠକ ହେବ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଏହି ବୈଠକରେ ଉତ୍ପାଦର ବିସ୍ତୃତ ସମୀକ୍ଷା କରାଯିବନାହିଁ । ମାତ୍ର ଟିକା ପ୍ରସ୍ତୁତକାରୀଙ୍କ ନିକଟରେ ଟିକାର ଗୁଣବତ୍ତାକୁ ନେଇ ଏକ ସଂକ୍ଷୀପ୍ତ ବିବରଣୀ ଦେବାପାଇଁ ସୁଯୋଗ ମିଳିବ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓ୍ବେବସାଇଟ୍ ରେ ଡବ୍ଲୁଏଚଓ ୟୁଏଲ-ପିକ୍ୟୁ ମୂଲ୍ୟାଙ୍କନ ପ୍ରକ୍ରିୟା ଦସ୍ତାବେଜରେ କୋଭିଡ୍- ୧୯ ଟିକାର ସ୍ଥିତି ଉପରେ ଏହି ସୂଚନା ପ୍ରଦାନ କରାଯାଇଛି । ଭାରତ ବାୟୋଟେକ୍ ଗତ ସପ୍ତାହରେ କହିଥିଲା ଯେ, କୋଭାକ୍ସିନ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡବ୍ଲୁଏଚଓଠାରୁ ଜୁଲାଇ-ସେପ୍ଟେମ୍ବର ପର୍ଯ୍ୟନ୍ତ ମଞ୍ଜୁରୀ ମିଳିବା ନେଇ ଆଶା ଅଛି ।

ଡବ୍ଲୁଏଚଓର ନିର୍ଦ୍ଦେଶାବଳୀ ଅନୁସାରେ ଜରୁରୀକାଳୀନ ବ୍ୟବହାର ସୂଚୀବଦ୍ଧ ଏଭଳି ପ୍ରକ୍ରିୟା ଯାହା ଦ୍ବାରା ଲୋକ ସ୍ବାସ୍ଥ୍ୟ ସଙ୍କଟ ସମୟରେ ନୂଆ ଏବଂ ଅଣଲାଇସେନ୍ସ ପ୍ରାପ୍ତ ଉତ୍ପାଦପ ବ୍ୟବହାରର ମଞ୍ଜୁରୀ ଦିଆଯାଇଥାଏ । ଡବ୍ଲୁଏଚଓ ଅନୁସାରେ ଔଷଧର ଦସ୍ତାବେଜ ପ୍ରଦାନ କରାଯିବା ପୂର୍ବରୁ ବୈଠକରେ ପରାମର୍ଶର ସୁଯୋଗ ଦିଆଯାଇଥାଏ । ଆବେଦନକାରୀଙ୍କୁ ଡବ୍ଲୁଏଚଓର ମୂଲ୍ୟାଙ୍କନ କରୁଥିବା ଲୋକଙ୍କ ସହ ଭେଟିବାର ସୁଯୋଗ ମିଳିଥାଏ ଯେଉଁମାନେ କି ସେହି ଉତ୍ପାଦର ସମୀକ୍ଷାରେ ସାମିଲ ହେବେ ।

   Related Posts