Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

Covaxin ପାର୍ଶ୍ୱପ୍ରତିକ୍ରିୟା ନେଇ ଫ୍ୟାକ୍ଟସିଟ୍‌ ଜାରି କଲେ ଭାରତ ବାୟୋଟେକ୍, ଜାଣନ୍ତୁ ଟିକା ରିଆକ୍ସନ ହେଲେ କରିବେ କ’ଣ?

19/01/2021 at 9:35 PM

ନୂଆଦିଲ୍ଲୀ ୧୯।୧: ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଯାଇଛି। ଭାରତ ସରକାର ଦେଶରେ ୨ଟି ଟିକାର ଜରୁରି ଉପଯୋଗକୁ ମଞ୍ଜୁରି ଦେଇଛନ୍ତି। ଏଥିରେ ପୁଣେସ୍ଥିତ ସେରମ ଇନିଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡ କୁ ଅନୁମତି ମିଳିଥିବା ବେଳେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭାକ୍ସିନକୁ ସୀମିତ ଉପଯୋଗ ଅନୁମତି ମିଳିଛି। 

ଦେଶରେ ଜାନୁୟାରୀ ୧୬ରେ ପ୍ରଥମ ଟିକାକରଣ ଆରମ୍ଭ ହୋଇଥିଲା। ସେବେଠାରୁ କୋଭିଡ ଟିକାର ପାର୍ଶ୍ୱପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦେଶରେ ଟିକାକରଣ ଯେତିକି ଆଗଉଛି ଏହାର ପାର୍ଶ୍ୱପ୍ରତିକ୍ରିୟାର ଶିକାର ଲୋକଙ୍କ ସଂଖ୍ୟା ମଧ୍ୟ ସେତିକି ବଢୁଛି। ଏଥିରେ ଭାରତ ବାୟୋଟେକ୍‌ କୋଭାକ୍ସିନକୁ ନେଇ ମଙ୍ଗଳବାର ଫ୍ୟାକ୍ଟସିଟ୍‌ ଜାରି କରିଛନ୍ତି।

ଭାରତ ବାୟୋଟେକ୍‌ଙ୍କ ଫ୍ୟାକ୍ଟ ସିଟ୍‌ ଅନୁସାରେ ଯେଉଁମାନେ ଦୁର୍ବଳ ଇମ୍ୟୁନିଟିର ଲୋକେ ଅଥବା ଏଥିଲାଗି ଔଷଧ ଖାଉଛନ୍ତି ସେମାନେ କୋଭାକ୍ସିନ ଟିକାକରଣ ନ କରନ୍ତୁ ବୋଲି ପରାମର୍ଶ ଦିଆଯାଇଛି।ଏପରି ଲୋକଙ୍କୁ କୋଭାକ୍ସିନ ଟିକା ଦିଆଗଲେ ସେମାନଙ୍କଠାରେ ଏଲାର୍ଜିକ ରିଆକ୍ସନ ହୋଇପାରେ । ସେହିପରି ଯେଉଁମାନଙ୍କୁ ଜ୍ୱର ହେଉଛି ସେମାନେ ମଧ୍ୟ ଏହି ଟିକା ନନିଅନ୍ତୁ ବୋଲି କୁହାଯାଇଛି।

ଟିକାକରଣ ଲାଗି ଯାଉଥିଲେ ଆପଣଙ୍କ ସମ୍ପର୍କରେ ପ୍ରଥମେ ଡାକ୍ତରଙ୍କ ସହ କଥା ହୁଅନ୍ତୁ। ଯଦି ଆପଣଙ୍କୁ ଜ୍ୱର ହୋଇଛି, କୌଣସି ପ୍ରକାରର ଏଲର୍ଜି ଅଛି, ରକ୍ତ ପତଳା କରିବାକୁ ଔଷଧ ଖାଉଥିଲେ ଅଥବା କୌଣସି ରକ୍ତଗତ ବିକାର ଥିଲେ, ଆପଣ ଇମ୍ୟୁନୋ କମ୍ପ୍ରମାଇଜଡ ଅଥବା ଇମ୍ୟୁନିଟି ଲାଗି କୌଣସି ଔଷଧ ଖାଉଛନ୍ତି କି, ଗର୍ଭବତୀ ଅଥବା ଶିଶୁକୁ ସ୍ତନ୍ୟପାନ କରାଉଛନ୍ତି  କିମ୍ବା ପୂର୍ବରୁ କୌଣସି କୋଭିଡ ଟିକା ନେଇଛନ୍ତି ସେ ନେଇ ଡାକ୍ତରଙ୍କୁ ଜଣାନ୍ତୁ। ଆବଶ୍ୟକ ହେଲେ ଟିକାକରଣ କରାନ୍ତ ନଚେତନ ନକରାନ୍ତୁ ବୋଲି କୁହାଯାଇଛି।

କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରକ ସଙ୍ଗଠନ (ସିଡିଏସସିଓ) କୋଭାକ୍ସିନର ସୀମିତ ଉପଯୋଗ ଅନୁମତି ଦେଇଛନ୍ତି। କେବଳ ସେହିମାନଙ୍କର ଏହି ଟିକାକରଣ ହେଉଛି ଯେଉଁମାନେ ଭାରତ ସରକାରଙ୍କ ପ୍ରାଥମିକତା ପର୍ଯ୍ୟାୟରେ ଅଛନ୍ତି। ଟିକାକରଣ କେନ୍ଦ୍ରରେ ପ୍ରୋଗ୍ରାମ ଅଫିସର ପ୍ରଥମେ ଟିକା ସମ୍ପର୍କରେ ସୂଚନା ଦେବେ ଓ ପରେ ଟିକାକରଣ କରିବେ। ଏହା ପରେ ଯଦି କେହି ଟିକାକରଣକୁ ମନା କରେ ତାକୁ ଚିକା ଦେବାକୁ ବାଧ୍ୟ କରାଯାଉନି।  

ସେହିପରି ଡ୍ରଗ ଲାଇସେନସିଂ ଅଥରିଟି ମଧ୍ୟ କୋଭାକ୍ସିନକୁ କ୍ଲିନିକାଲ ଟ୍ରାୟଲ ମୋଡରେ ବିକିବାକୁ ଓ ଟିକା କରିବାକୁ ଅନୁମତି ଦେଇଛନ୍ତି। ଏହି ଟିକାର କ୍ଲିନିକାଲ ଟ୍ରାୟଲର ପ୍ରଥମ ପର୍ଯ୍ୟାୟରେ ୩ଶହ ଜଣ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୮୦ ଜଣ ଭଲେଣ୍ଟିୟରଙ୍କୁ ଏହି ଟିକା ଦିଆଯାଇଥିଲା। ତେବେ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାୟଲରେ ୩ ହଜାର ଭଲେଣ୍ଟିୟରଙ୍କୁ ଟିକା ଦିଆଯାଇଥିବା ବେଳେ ୬ ଜାନୁୟାରୀ ୨୦୨୧ ସୁଧା  ୨୫ ହଜାର ୮୦୦ ଜଣ ଏହାର ପ୍ରଥମ ଡୋଜ ଟିକା ନେଇଛନ୍ତି।

ଏହି କ୍ଲିନିକାଲ ଟ୍ରାଏଲରେ ୪ ସପ୍ତାହରେ ୨ଟି ଡୋଜ ଟିକା ଦିଆଗଲେ ଲୋକଙ୍କଠାରେ ଇମ୍ୟୁନିଟି ବଢିଥିବା ଜଣାପଡିଛି। ତେବେ କୋଭାକ୍ସିନର କ୍ଲନିକାଲ ଇଫିକେସି( କାର୍ଯ୍ୟକାରିତା) ନେଇ ସ୍ପଷ୍ଟ ରିପୋର୍ଟ ଆସି ନାହିଁ। ଏହି ଟିକା ନେବାର ମାନେ ନୁହେଁ ଯେ ଆପଣ କୋଭିଡ-୧୯ ସତର୍କତା ଅବଲମ୍ବନ କରିବେନି ବୋଲି ଭାରତ ବାୟୋଟେକ୍ କହିଛନ୍ତି।

କୋଭାକ୍ସିନର ପାର୍ଶ୍ୱପ୍ରତିକ୍ରିୟା
ଭାରତ ବାୟୋଟେକ୍ ପ୍ରସ୍ତୁତ କୋଭାକ୍ସିନ ଟିକା ନେଲେ  ଲୋକଙ୍କଠାରେ ଯେଉଁ ସବୁ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉଛି ସେଥିରେ ଟିକା ଲଗାଇଯାଇଥିବା ସ୍ଥାନ ଲାଲ ପଡିଯିବା, ଫୁଲିଯିବା, ଦରଜ୍ ହେବା ଅଥବା କୁଣ୍ଡେଇ ହେଉଥିବାର ଲୋକେ କହୁଛନ୍ତି। ସେହିପରି କାହାର କାହାର ହାତର ଉପରି ଭାଗ  ପଥୁରିଆ ଲାଗିବା, ଇଞ୍ଜେକ୍ସନ ନେଇଥିବା ହାତ ଶୀଥିଳ ଲାଗିବା, ଶରୀର ଦରଜ ହେବା, ମୁଣ୍ଡ ବିନ୍ଧିବା, ଜ୍ୱର ଆସିବା, କାହାର କାହାର ବାନ୍ତି ହେବା ବା ଶରୀର ଦୁର୍ବଳ ଲାଗୁଥିବାର ଅଭିଯୋଗ  କରୁଛନ୍ତି।

ଜଟିଳ ପାର୍ଶ୍ୱପ୍ରତିକ୍ରିୟା
ଉପରୋକ୍ତ ସାଧାରଣ ପାର୍ଶ୍ୱପ୍ରତିକ୍ରିୟା ବ୍ୟତୀତ କେତେକ ସ୍ଥଳରେ ଜଟିଳ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଉଛି। ଏଥିରେ ଲୋକେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା, ମୁହଁ ଓ ଗଳା ଫୁଲିବା, ଅଚାନକ ହୃଦଗତି ବଢିବା, ସାରା ଶରୀରରେ ନାଲିନାଲି ଦାଗ ହୋଇଯିବା ଓ କେତେକ କ୍ଷେତ୍ରରେ ଲୋକେ ଅଚେତ ହୋଇପଡୁଥିବା ଦେଖାଯାଇଛି। ଏହା ଛଡା ଅନ୍ୟ ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ହୋଇପାରେ। କାରଣ ଏହି ଟିକାର ଅଧ୍ୟାୟନ ଏବେବି ଜାରି ରହିଛି।

ପାର୍ଶ୍ୱପ୍ରତିକ୍ରିୟା ହେଲେ କରିବେ କ’ଣ?
ଯଦି କୋଭାକ୍ସିନ ଟିକା ଲଗାଇଲେ ଉପରୋକ୍ତ କୌଣସି ବି ଗୋଟିଏ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ତେବେ ତୁରନ୍ତ ଭାକ୍ସିନ ଅଧିକାରୀ ଅଥବା ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ। ନଚେତ ଆଖପାଖର ହସ୍ପିଟାଲକୁ ତୁରନ୍ତ ଯାଇ ଡାକ୍ତରଙ୍କୁ ଭେଟନ୍ତୁ। 

ଟିକା ନେଲେ କୋଭିଡ ଆକ୍ରାନ୍ତ ହେବେକି?
ଏହି ଟିକା ନେଲେ କେହି କୋଭିଡ ଆକ୍ରାନ୍ତ ହେବେ ନାହିଁ। କାରଣ ଟିକାରେ ମୃତ ଭୂତାଣୁ ଆପଣଙ୍କୁ ଇଞ୍ଜେକ୍ସନରେ ଦିଆଯାଏ। ଏଥିଯୋଗୁ ଆପଣ କରୋନା ଆକ୍ରାନ୍ତ ହେବାର ଆଦୌ ସମ୍ଭାବନା ନଥାଏ।

ଟିକାକରଣ ପରେ ମଧ୍ୟ କାର୍ଯ୍ୟକ୍ରମର ଅଂଶ ହୋଇ ରହିବେ
କୋଭାକ୍ସିନ ଟିକାକରଣରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ନେବାର ୩ ମାସ ପର୍ଯ୍ୟନ୍ତ ଆପଣ କାର୍ଯ୍ୟକ୍ରମର ଅଂଶ। ଏହି ସମୟରେ ଆପଣଙ୍କ ଉପରେ ନଜର ରଖାଯିବ। ଯଦି ଆପଣଙ୍କଠାରେ କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ ତେବେ ଭାରତ ବାୟୋଟେକ୍‌ ଦ୍ୱାରା ଆପଣଙ୍କର ପୂର୍ଣ୍ଣ ଚିକିତ୍ସା କରାଯିବ। ଏଥିଲାଗି ଆପଣଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବ। କ୍ଷତିପୂରଣ ନେଇ ଆଇସିଏମଆରଙ୍କ ଇଥିକାଲ କମିଟି ଚୂଡାନ୍ତ ନିଷ୍ପତ୍ତି ନେବେ।

   Related Posts