କରୋନା ମୁକାବିଲାରେ ଭାରତ ବାୟୋଟେକକୁ ବଡ ସଫଳତା, ବିକଶିତ କରୁଛି କୋଭିଡ-୧୯ ପାଇଁ ଭାକସିନ୍

Published By : Prameya-News7 Bureau | April 04, 2020 IST

ହାଇଦ୍ରାବାଦ, ୦୪|୦୪:  ଭାରତ ବାୟୋଟେକକୁ କରୋନା ମୁକାବିଲାରେ ଏକ ବଡ ସଫଳତା ମିଳିଛି । କମ୍ପାନୀ କରୋନା ସହ ଲଢିବା ପାଇଁ ଭାକସିନର ପରୀକ୍ଷଣ କରିଛି । ଅନ୍ତର୍ଜାତୀୟ ସ୍ତରର ଅନେକ ଭାକସିନ୍ ପ୍ରସ୍ତୁତକାରୀଙ୍କ ସହାୟତାରେ ଏହାକୁ ବିକଶିତ କରାଯାଇଛି ।

ଏହି ଭାକସିନକୁ କୋରୋ-ଫ୍ଲୁ କୁହାଯାଉଛି । ଏହାକୁ ସଂକ୍ରମିତଙ୍କ ନାକରେ ଦିଆଯାଇଥାଏ । ଏହି ଭାକସିନର ପ୍ରଥମ ଓ ଦ୍ୱିତୀୟ ପରୀକ୍ଷଣର କ୍ଲିନିକାଲ ଟେଷ୍ଟ କରାଯାଇଛି । ଏନେଇ ଏହାର ପ୍ରସ୍ତୁତକର୍ତ୍ତା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କୋରୋ ଫ୍ଲୁକୁ ଏବେ ଅନେକ ପରୀକ୍ଷଣ ଦେଇ ଗତି କରିବାକୁ ହେବ । ଏହାକୁ କମ୍ପାନୀ ଓ୍ୱିସକନସିନ୍ ବିଶ୍ୱବିଦ୍ୟାଳୟର ସହାୟତାରେ ପ୍ରସ୍ତୁତ କରିଛି । ଏଥିରେ ଥିବା ଉପାଦନ ବିଭିନ୍ ଫ୍ଲୁକୁ ପ୍ରତିହତ କରିବାରେ ସକ୍ଷମ ।

ଭାରତ ବାୟୋଟେକର ବିଜନେସ୍ ଡେଭଲପମେଣ୍ଟ ମୁଖ୍ୟ ରାଚେସ୍ ଇଲା କହିଛନ୍ତି ଯେ, କମ୍ପାନୀ ଏହାକୁ ବିକଶିତ କରିଛି । ଏହାର କ୍ଲିନିକାଲ ଟେଷ୍ଟ ଜାରି ରହିଛି । ଏହାସହ ସାରା ବିଶ୍ୱ ପାଇଁ ୩୦୦ ମିଲିୟନ ଭାକସିନ୍ ପ୍ରସ୍ତୁତ କରାଯାଉଛି । କମ୍ପାନୀ ୨୦୨୦ ଆରମ୍ଭରୁ ଏହାକୁ ବିକଶିତ କରୁଛି ।

କମ୍ପାନୀ ଓ ଭାକସିନ୍ ବିକଶିତ କରୁଥିବା ଲ୍ୟାବ୍ ଏକ ମିଳିତ ବୟାନରେ କହିଛନ୍ତି ଯେ, କରୋନା ଭାଇରସରେ ଏମ୨ ନାମକ ଏକ ଜିନ୍ ନଥାଏ । ଯାହା ଭାଇରସର ସଂକ୍ରମଣକୁ ଅଟକାଇଥାଏ । ଏହି ଭାଇରସ କୋଷରେ ପ୍ରବେଶ କରିବା ପରେ ଆଉ ବାହାରି ପାରି ନଥାଏ । ପରେ ଏହା ଶରୀରକୁ ସଂକ୍ରମିତ କରିଥାଏ ।ତେବେ ବିକଶିତ କରାଯାଉଥିବା ଭାକସିନ୍ ସେଲ ମଧ୍ୟରେ ଭାଇରସ ସହ ଲଢିବ । ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀଙ୍କୁ ଆହୁରି ସକ୍ରିୟ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.