Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଭାରତରେ ତିଆରି କରୋନା ଟିକାକୁ ବଡ଼ ସଫଳତା, ଅଷ୍ଟ୍ରେଲିଆ ସରକାର ଦେଲେ ଅନୁମୋଦନ

1/11/2021 at 1:17 PM

ନୂଆଦିଲ୍ଲୀ ୦୧/୧୧: ଭାରତରେ ତିଆରି କରୋନା ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ହୋଇନାହିଁ । କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ଅନୁମୋଦିତ ଟିକା ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ଯାତ୍ରିଙ୍କ ଟିକାକରଣ ସ୍ଥିତି ପାଇଁ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଅଷ୍ଟ୍ରେଲିଆ ଅନୁମୋଦନ କରିଛି । ଅଷ୍ଟ୍ରେଲିଆରେ ଭାରତର ହାଇ କମିଶନର ବରୀ ଓ’ଫରେଲ ଏହି ସୂଚନା ଦେଇଛନ୍ତି ।

କୋଭାକ୍ସିନ୍ ଅଷ୍ଟ୍ରେଲିଆ ସରକାରଙ୍କ ଠାରୁ ଏହି ସବୁଜ ସଙ୍କେତ ପାଇଛି ଯେଉଁ ସମୟରେ ସ୍ୱଦେଶୀ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ପାଇଁ ଅନେକ ସପ୍ତାହ ଅପେକ୍ଷା କରିଛି । ଏହି ଟିକାକୁ ଅନୁମୋଦନ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅଧିକ ସୂଚନା ମାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଆଉ କିଛି ସୂଚନା ଆବଶ୍ୟକ । କେବଳ ସେହି ଆଧାରରେ ଟିକା ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇପାରିବ ।

ଏହାପୂର୍ବରୁ ୨୬ ଅକ୍ଟୋବରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ବୈଠକ ହୋଇଥିଲା ଯେଉଁଥିରେ ଟିକା ଅନୁମୋଦନ ହେବାର ଆଶା କରାଯାଉଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ । ବର୍ତ୍ତମାନ WHO ର ବୈଠକ 3 ନଭେମ୍ବରରେ ହେବାକୁ ଯାଉଛି । ଏହି ସଭାରେ ଭରତ ବାୟୋଟେକ୍ ର ଟିକା କୋଭାକ୍ସିନ୍ ଅନୁମୋଦନ ଦିଆଯିବ । ଚଳିତ ବର୍ଷ ୧୯ ଏପ୍ରିଲରେ, ଭାରତ ବାୟୋଟେକ୍ ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏକ ଆବେଦନ କରାଯାଇଥିଲା । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହିତ ମିଳିତ ଭାବେ ଏହି ଟିକା ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

   Related Posts