ମାଙ୍କଡ଼ଙ୍କ ଉପରେ ସ୍ବଦେଶୀ ଭାକସିନ୍ କୋଭାକ୍ସିନର ସଫଳ ପରୀକ୍ଷଣ, ମିଳିଲା ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲକୁ ମଞ୍ଜୁରି

Published By : Prameya-News7 Bureau | September 12, 2020 IST

ହାଇଦ୍ରାବାଦ ୧୨/୦୯: କରୋନା ଟିକା ଉପରେ କାମ କରୁଥିବା ଭାରତୀୟ ଭାକସିନ ‘କୋଭାକ୍ସିନ’କୁ ନେଇ ଆସିଛି ଭଲ ଖବର। ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନିକୁ ଭାକସିନର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି । ପଶୁଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା କମ୍ପାନି ଦାବି କରିଛି। କୋଭାକ୍ସିନ ମାଙ୍କଡ଼ଙ୍କ ଠାରେ ଆଣ୍ଟିବଡ଼ି ବିକଶିତ କରିଛି। ଅର୍ଥାତ୍ ଲ୍ୟାବ ବ୍ୟତୀତ ଜୀବିତ ଶରୀରରେ ଏହି ଟିକା ଫ୍ରଳପ୍ରଦ ହୋଇଛି।

ମାଙ୍କଡ଼ଙ୍କ ଉପରେ ହୋଇଥିବା ପରୀକ୍ଷଣରୁ ଟିକାର ଇମ୍ୟୁନୋଜିନିଷ୍ଟ କ୍ଷମତା ଜଣାପଡ଼ିଛି। ଭାରତ ବାୟୋଟେକ କିଛି ସ୍ବତନ୍ତ୍ର ମାଙ୍କଡ଼ଙ୍କ ଉପରେ ଟିକା ଡୋଜ୍ ଦେଇଛି। ତେବେ ଏବେ ଏ ଭାକସିନ୍ ଭାରତରେ ଅଲଗା ଅଲଗା ସ୍ଥାନରେ ଫେଜ-୧ କ୍ଲିନିକାଲ ଟ୍ରାଏଲ ଜାରି ରହିଛି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଏହି ମାସରେ ଭାରତ ବାୟୋଟେକକୁ ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଅନୁମତି ଦେଇଛି।

କୋଭାକ୍ସିନକୁ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମଆର), ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି (ଏନଆଇଭି) ଓ ଭାରତ ବାୟୋଟେକ୍ ମିଶି ବିକଶିତ କରିଛନ୍ତି। ଜୁନ୍ ୨୯ରେ ଭାରତ ବାୟୋଟେକ୍ ଘୋଷଣା କରିଥିଲା ଯେ କରୋନା ବିରୋଧରେ ସେ ଟିକା ପ୍ରସ୍ତୁତ କରିଛି।

ଆଇସିଏମଆାର-ଭାରତ ବାୟୋଟେକର କୋଭାକ୍ସିନ୍ ​‌ହେଉଛି ଇନଆକ୍ଟିଭେଟେଡ୍ ଭାକସିନ୍। କୋଭିଡର ଏହି ଷ୍ଟେ୍ରନ୍ ପୁଣେର ଏନଆଇଭି ଲ୍ୟାବରେ ଆଇସୋଲେଟ୍ କରାଯାଇଥିଲା। ଏହି ଡୋଜରୁ ଶରୀରରେ ଭାଇରସ ବିରୋଧରେ ଆଣ୍ଟିବଡି ତିଆରି କରେ। ୨୦୨୦ ଜୁଲାଇ ୧୫ରେ କୋଭାକ୍ସିନର ପ୍ରଥମ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇଥିଲା ତେବେ କୋଭାକ୍ସିନ ଟ୍ରାଏଲର ସବୁ ତଥ୍ୟ ଆଇସିଏମଆରକୁ ପଠାଯିବ। ସେଠାରେ ହିଁ ତଥ୍ୟର ବିଶ୍ଲେଷଣ କରାଯିବ। ତେବେ ସେରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ଟିକା ଟ୍ରାଏଲକୁ ସ୍ଥଗତି ରହିଥିବା ଅନ୍ୟ ଭାକସିନର ଟ୍ରାଏଲ ଜାରି ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.