ଆଜି ଦଳିତ ଆଦିବାସୀ ସଂଗଠନର ଭାରତ ବନ୍ଦ : ବନ୍ଦକୁ ଅନେକ ବଡ ବଡ ଦଳର ସମର୍ଥନ

Published By : Prameya-News7 Bureau | March 05, 2019 IST

ଦିଲ୍ଲୀ ୫/୩ : ଆଦିବାସୀ ଦଳିତ ସଂଗଠନ ଆଜି ଭାରତ ବନ୍ଦ କରିଛନ୍ତି | ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବିରୋଧରେ ଅନେକ ସାମାଜିକ ପ୍ରତିଷ୍ଠାନ ତଥା ଦଳିତ ସମାଜ ଏକଜୁଟ ହୋଇଛନ୍ତି | ୧୩ ପଏଣ୍ଟ ରୋଷ୍ଟର ବଦଳରେ ୨୦୦ ପଏଣ୍ଟ ରୋଷ୍ଟର ଲାଗୁ କରିବା ପାଇଁ ଲୋକେ ଦାବି କରିଛନ୍ତି | ଏହାକୁ ବିରୋଧ କରି ଆଜି ଅନେକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି | ଦଳିତ ସଂଗଠନ ଛଡା ଆଦିବାସୀମାନେ ତାଙ୍କୁ ଜଙ୍ଗଲରୁ ବେଦଖଲ କରୁଥିବା ଅଭିଯୋଗରେ ଭାରତ ବନ୍ଦ ଆହ୍ୱାନ ଦେଇଛନ୍ତି |


ବନ୍ଦକୁ ନେଇ ଦେଶର ଅନେକ ଜାଗାରେ ସରକାରୀ ଅଫିସରେ ଆଲର୍ଟ ଜାରି କରାଯାଇଛି | ଏହି ବନ୍ଦରେ ଅଧିକାରୀ ଆନ୍ଦୋଳନ,, ଅଲ ଇଣ୍ଡିଆ ଆମ୍ବେଦକର ମହାସଭା, ସମ୍ବିଧାନ ବଞ୍ଚାଓ ସଂଘର୍ଷ ସମିତି ଭଳି ବଡ ବଡ ସଂସ୍ଥା ସାମିଲ ହୋଇଛନ୍ତି | କଂଗ୍ରେସ, ଆରଜେଡି, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ଭଳି ବଡ ବଡ ଦଳ ବନ୍ଦକୁ ସମର୍ଥନ କରିଛନ୍ତି |

{"id":90712}


ଅପରପକ୍ଷରେ କାଶ୍ମୀରରେ ୩୫-ଏ ଏବଂ ଜମାତ-ଏ-ଇସ୍ଲାମୀ ରଦ୍ଦ କରିବା ବିରୋଧରେ ଅନେକ ଲୋକ କାଶ୍ମୀର ବନ୍ଦ ଡାକରା ଦେଇଛନ୍ତି | ବନ୍ଦକୁ ନେଇ କାଶ୍ମୀର ଘାଟିରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି | କାଶ୍ମୀରର ବ୍ୟବସାୟିକ ସଂଘ ଏହି ବନ୍ଦ ଡାକରା ଦେଇଛି |

{"id":90716,"width":571,"height":317}


କେଉଁ କେଉଁ ପ୍ରସଙ୍ଗରେ ଭାରତ ବନ୍ଦ ଡାକରା ଦିଆଯାଇଛି ଜାଣନ୍ତୁ :
୧. ଉଚ୍ଚ ଶିକ୍ଷଣୀୟ ସଂସ୍ଥାର ନିଯୁକ୍ତିରେ ୧୩ ପଏଣ୍ଟ ରୋଷ୍ଟର ବଦଳରେ ୨୦୦ ପଏଣ୍ଟ ରୋଷ୍ଟର ଲାଗୁ କରିବାକୁ ଦାବି
୨. ଶିକ୍ଷଣିକ ତଥା ସାମାଜିକ ଭେଦଭାବ, ବହିଷ୍କରଣକୁ ସାମ୍ନା ନକରୁଥିବା ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଦ୍ଦ କରାଯାଉ
୩. ସଂରକ୍ଷଣ ବ୍ୟବସ୍ଥା ବନ୍ଦ କରି ସମ୍ୱିଧାନର କୌଣସି ନିୟମ ଉଲଂଘନ ନକରିବା
୪. ଦେଶରେ ଥିବା ୨୪ ଲକ୍ଷ ଖାଲି ପଦବୀ ପୂରଣ କରିବା
୫. ପାଖାପାଖି ୨୦ ଲକ୍ଷ ଆଦିବାସୀ ପରିବାରକୁ ନିଜ ମାଟିରୁ ବେଦଖଲ କରିଥିବା ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ପୂର୍ଣ ଭାବେ
ରଦ୍ଦ କରିବା ପାଇଁ ଅଧ୍ୟାଦେଶ ଜାରି କରିବା
୬. ଗତବର୍ଷ ଏପ୍ରିଲ ୨ ତାରିଖରେ ଭାରତ ବନ୍ଦ ବେଳେ ସମର୍ଥକଙ୍କ ଉପରେ ଲାଗୁ ହୋଇଥିବା ମୋକଦ୍ଦମା ହଟାଇ ଦିଆଯାଇ ସେମାନଙ୍କୁ ମୁକ୍ତ କରିବା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.