Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଭାରତ ବନ୍ଦ : କଟକରେ ବନ୍ଦର ପ୍ରଭାବ

10/09/2018 at 9:58 AM

କଟକ ୧୦|୯: ଆଜି ଭାରତ ବନ୍ଦ । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଟକରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ରାସ୍ତାରେ ଗାଡି ମଟର ଚଳଚଳକୁ ମଧ୍ୟ ବନ୍ଦ କରିଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗାଡିମଟର ଅଟକ ରହିଛି । ରେଲଓ୍ବେ ଷ୍ଟେସନଗୁଡିକରେ ଟ୍ରେନ୍ ମଧ୍ୟ ଅଟକ ରଖିଛନ୍ତି ଆନ୍ଦୋଳନକାରୀ ।

   Related Posts