ଭାରତ ବନ୍ଦର ପ୍ରଭାବ: ଜାନୁଆରୀ ୨କୁ ଘୁଞ୍ଚିଲା ଓସିଏସ ପରୀକ୍ଷା

Published By : Prameya-News7 Bureau | December 07, 2020 IST

ଭୁବନେଶ୍ଵର ୦୭।୧୨: ଭାରତ ବନ୍ଦ ନେଇ ଚିନ୍ତାରେ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ)ର ପରୀକ୍ଷାର୍ଥୀ। ଆଜିଠୁ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ମେନ୍ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତାକାଲି ଜେନେରାଲ ଷ୍ଟଡିଜ ପେପର -୧, ପେପର -୨ ରହିଛି। ଏପଟେ କେନ୍ଦ୍ରର ନୂଆ କୃଷି ନୀତିକୁ ବିରୋଧ କରି ଚାଷୀ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଥିବାରୁ ପରୀକ୍ଷାକୁ ନେଇ ଓଡ଼ିଶା ସିଭିଲ ସର୍ଭିସର ୧୯୦୦ ପରୀକ୍ଷାର୍ଥୀ ଆଶା ଆଶଙ୍କାରେ ରହିଥିଲେ। ଏହି ସବୁକୁ ଦୃଷ୍ଟିରେ ରଖି ଓସିଏସ୍ ମେନ ପରୀକ୍ଷାକୁ ଜାନୁଆରୀ ୨କୁ ଘୁଞ୍ଚାଯାଇଛି। ଆସନ୍ତାକାଲି ମେନ୍ ପରୀକ୍ଷା  ହେବାର ଥିଲା। ପରୀକ୍ଷା ଜାନୁଆରୀ ୨କୁକ ଘୁଞ୍ଚାଇବାକୁ ଓପିଏସସି ଏହି ନିଷ୍ପତ୍ତି ନେଇଛନ୍ତି।

କାଲି ପୁରୀ, ବାଲେଶ୍ବର,ଗଞ୍ଜାମ,ସମ୍ବଲପୁର , କଟକ ଓ ଭୁବନେଶ୍ବରରେ ବିଭିନ୍ନ ପରୀକ୍ଷା ସେଣ୍ଟରରେ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ଭାରତ ବନ୍ଦ ଡାକରା ପରୀକ୍ଷା ହେବା ନେଇ ଅନିଶ୍ଚିତତା ଦେଖାଯାଇଥୀଲା। ପରୀକ୍ଷା ନେଇ ଅନିଶ୍ଚିତତା ଉପୁଜିଥିବାରୁ ଏହାକୁ ରି- ସେଡ୍ୟୁଲ କରିବା ପାଇଁ କିମ୍ବା ପରୀକ୍ଷା ସେଣ୍ଟରଗୁଡିକରେ ଯେମିତି ପରୀକ୍ଷାର୍ଥୀ ବିନା ବାଧାରେ ପହଞ୍ଚି ପାରିବେ ସେନେଇ ବ୍ୟବସ୍ଥା କରିବାକୁ ପରୀକ୍ଷାର୍ଥୀଙ୍କ ପକ୍ଷରୁ ଓପିଏସ ସିକୁ ଅନୁରୋଧ କରାଯାଇଥିଲା।

କାଲି ସକାଳ ୯ ଟାରୁ ୫ ଟା ପର୍ଯ୍ୟନ୍ତ ଦୁଇଟି ସିଟିଂରେ ଜେନେରାଲ ଷ୍ଟଡିଜର ପରୀକ୍ଷା ହେବା ପାଇଁ ଧାର୍ଯ୍ୟ ହୋଇଥିଲା। ଗାଡି ମଟର ବନ୍ଦ ସହ ଦୋକାନ ବଜାର ବନ୍ଦ ରହିଲେ ପରୀକ୍ଷାର୍ଥୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ତେବେ ଏନେଇ OPSC କର୍ତ୍ତୃପକ୍ଷ ଓସିଏସ ମେନ ପରୀକ୍ଷାକୁ ଜାନୁଆରୀ ୨କୁ ଘୁଞ୍ଚାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.