ଦିଗପହଣ୍ଡିରେ ଧର୍ମଘଟ ପ୍ରଭାବରେ ଦୋକାନ ବଜାର ବନ୍ଦ, ବିଭିନ୍ନ ସ୍ଥାନରେ ପ୍ରତିବାଦ

Published By : Prameya-News7 Bureau | November 26, 2020 IST

ଦିଗପହଣ୍ଡି ୨୬।୧୧ : କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ବନ୍ଦ ଡ଼ାକରା ଦିଆଯାଇଛି । ସକଳା ୬ଟାରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି ।  ଧର୍ମଘଟ ପ୍ରଭାବରେ ସମସ୍ତ ଦୋକାନ ବଜାର ଉପରେ ପ୍ରଭାବ ପଡିଛି ।  

{"id":367984,"sizeSlug":"large"}

ଧର୍ମଘ ଲାଗି ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଥିବା ବେଳେ ସିପିଆଇ ସମର୍ଥିତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି , ସିପିଆଇ(ଏମ୍) ସମର୍ଥିତ ସିଆଇଟିୟୁ , କଂଗ୍ରେସ ସମର୍ଥିତ ଆଇଏନ୍ ଟିୟୁସି ଶ୍ରମିକ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ମୁଖ୍ୟରାସ୍ତାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।  ସିପିଆଇ (ଏମ୍) ଗଞ୍ଜାମ ଜିଲ୍ଲା କମିଟି ସମ୍ପାଦକ କୈଳାସ ଷଡଙ୍ଗୀ, ସିପିଆଇ ଗଞ୍ଜାମ ଜିଲ୍ଲା କମିଟି ସହ ସମ୍ପାଦକ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା ପ୍ରମୁଖ ଯୋଗ ଦେଇ ବିଜେପିର ଶାସିତ କେନ୍ଦ୍ର ସରକାରଙ୍କ କୃଷକ ଶ୍ରମିକ ବିରୋଧୀ ଆଇନ ପ୍ରଣୟନକୁ ତୀବ୍ର ସମାଲୋଚନା କରିଥିଲେ। 

{"id":367985,"sizeSlug":"large"}

ରେଳ ବିଭାଗ,ବିମାନ ବନ୍ଦର,କୋଇଲା ଖଣି, ଦେଶର ୪୧ ଟି ଗୋଳା ବାରୁଦ କାରଖାନା, ଏୟାର ଇଣ୍ଡିଆ, ବିଏସଏନ୍ଏଲ, ସଡ଼କ ପରିବହନ ସମେତ ଅନେକକୁ ଘରୋଇ କରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଦେଶର ରାଷ୍ଟ୍ରାୟତ ଶିଳ୍ପ ଗୁଡ଼ିକର ସୁରକ୍ଷା, ଅର୍ଥନୈତିକ ସାର୍ବଭୌମତ୍ୱ, ଶ୍ରମିକ ମାନଙ୍କ ଅଧିକାରର ସୁରକ୍ଷା, ନିତ୍ୟବ୍ୟବହାର ସାମଗ୍ରୀ ଗୁଡିକର ଦରଦାମ ନିୟନ୍ତ୍ରଣ । କୃଷକ ମାନଙ୍କ ଜୀବନ ଜୀବିକାର ସୁରକ୍ଷା ସମେତ ଡାକ ବିଭାଗକୁ ଦେଶୀ ବିଦେଶୀ ପୁଞ୍ଜିପତି ହାତକୁ ଟେକିଦେବା ପାଇଁ କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ବିରୋଧରେ ଜନସାଧାରଣ ଏକତ୍ରିତ ହେବାକୁ ଆହ୍ୱାନ ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.