ନୂତନ କୃଷି ଆଇନ୍‌କୁ ବିରୋଧ, ଭାରତ ବନ୍ଦ ଡାକରା : ସାଲେପୁର ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ଏବଂ ରାସ୍ତାରୋକ

Published By : Prameya-News7 Bureau | December 08, 2020 IST

ସାଲେପୁର ୦୮।୧୨: ନୂତନ କୃଷି ବିଲ୍‌କୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ଭାରତ ବନ୍ଦକୁ କଂଗ୍ରେସ ସମେତ ଅନେକ ଦଳ ସମର୍ଥନ କରିଛନ୍ତି । ସାଲେପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ସ୍ଥାନେ ସ୍ଥାନେ ପିକେଟିଂ କରାଯାଇଛି ।

ନୂଆ କୃଷି ଆଇନ୍‌କୁ ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡ଼ାକରା ଦିଆଯାଇଛି । ଏହି ଭାରତ ବନ୍ଦର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । କଟକ ଜିଲ୍ଲା ସାଲେପୁର ବ୍ଲକ କଂଗ୍ରେସ ପକ୍ଷରୁ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୋକାନା ବଜାର ବନ୍ଦ କରାଯାଇଛି । ଭାରତୀୟ କିଶନ ସଂଘର ଆହ୍ୱାନ କ୍ରମେ ସାଲେପୁର କଂଗ୍ରେସ ପକ୍ଷରୁ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ମୁଖ୍ୟ ବଜାରକୁ ବନ୍ଦ କରାଯାଇଛି । ଅଞ୍ଚଳରେ ସମସ୍ତ ଦୋକାନ ବଜାର, ଅଫିସ ବନ୍ଦ ରହିଛି । ସେପଟେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାଲେପୁର ଥାନା ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.