ରାଇରଙ୍ଗପୁରରେ ପଡିଛି ଭାରତ ବନ୍ଦର ପ୍ରଭାବ, ଯାତାୟତ ଠପ୍‌

Published By : Prameya-News7 Bureau | September 27, 2021 IST

ରାଇରଙ୍ଗପୁର ୨୭।୦୯: ରାଇରଙ୍ଗପୁରରେ ପଡିଛି ଭାରତ ବନ୍ଦର ପ୍ରଭାବ । ଯାହାଫଳରେ ଅଖ-ଚକ ସବୁ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀମାନେ ପିକେଟିଂ କରିଛନ୍ତି । ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି

ଖବର ଅନୁଯାୟୀ, କୃଷି ଆଇନ ବିଲ ପ୍ରତ୍ୟାହାର ସହିତ ଶ୍ରମ କୋଡ଼ ରଦ୍ଧ କରିବା, ବିଦ୍ୟୁତ ସଂଶୋଧନ ବିଲ ୨୦୨୦ ପ୍ରତ୍ୟାହାର,କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ବ୍ୟବସ୍ଥା ପ୍ରଭୂତି ୨୧ ଦଫା ଦାବି ନେଇ  ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି ।  ତେବେ ବନ୍ଦର ପ୍ରଭାବ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି।

ସମସ୍ତ ବିରୋଧୀ ଦଳ ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁରରେ ଝାଡଖଣ୍ଡ ମୁକ୍ତିମୋର୍ଚା, ଜାତୀୟ କଂଗ୍ରେସର ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି। ବନ୍ଦ ଲାଗି ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ପେଟ୍ରୋଲ ପମ୍ପ ସହିତ ସମସ୍ତ ଗାଡି ମୋଟର ଚଳାଚଳ ବନ୍ଦ ରହିଛି। ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ରାଜ୍ୟ ଉପ ସଭାପତି ପ୍ରହଲ୍ଲାଦ ପୂର୍ତ୍ତି, ରଞ୍ଜିତ ସିଂ ତଥା ଜାତୀୟ କଂଗ୍ରେସ ଜିଲ୍ଲା ସମ୍ପାଦକ ବସନ୍ତ ପଟ୍ଟନାୟକ, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଭଜହରି ମହାନ୍ତଙ୍କ ସହିତ ଅନେକ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.