୧୨ ଘଣ୍ଟିଆ ଭାରତ ବନ୍ଦରେ ନୀଳଗିରି ପ୍ରଭାବିତ, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | November 26, 2020 IST

ନୀଳଗିରି ୨୬।୧୧: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ । ବିଭିନ୍ନ ସଂଗଠନ ପକ୍ଷରୁ ଅନେକ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଭାରତ ବନ୍ଦର ପ୍ରଭାବ ମଧ୍ୟ ନୀଳଗିରିରେ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ ସିପିଆଇ, ସିପିଏମ ଓ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି  । ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଧର୍ମଘଟ ଡାକରା ଦିଆଯାଇଛି ।  

ଶ୍ରମିକ ମାରଣ ନୀତି , ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତ୍ୟାହାର, ନିତ୍ୟ ବ୍ୟବହାର ଜିନିଷର ଦରବୃଦ୍ଧି ,କୃଷି ବିରୋଧୀ ଆଇନ ପ୍ରତ୍ୟାହାର ପରି ଅନେକ ଦାବି ନେଇ ୧୨ ଘଣ୍ଟିଆ ଧର୍ମଘଟ ଡାକରା ଦିଆଯାଇଛି। ଯାହାର  ପ୍ରଭାବ ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ସିପିଆଇ, ସିପିଆଇଏମ, କଂଗ୍ରେସ ଦଳର ନେତା ଓ କର୍ମୀମାନେ ରାଜପଥ ଠାରେ ରାସ୍ତାରୋକ କରିଛନ୍ତି । ଯାହାଫଳରେ ସେରଗଡ଼ ଉଦଳା ରାଜ୍ୟ ରାଜପଥରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଦୋକାନ ବଜାର ବନ୍ଦ ଥିବା ବେଳେ ସରକାରୀ ଅଫିସ , କୋର୍ଟ କଚେରୀ ମଧ୍ୟ ବନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.