Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଭାରତ ବନ୍ଦ : ସାରା ଦେଶରେ ୮ କୋଟି ବ୍ୟବସାୟୀ ଦେବେ ଧାରଣା, ବଜାର ବନ୍ଦ ସହ ରହିବ ଚକା ଜାମ୍

25/02/2021 at 12:07 PM

ନୂଆଦିଲ୍ଲୀ,୨୫/୦୨:   ଜିଏସଟି ବ୍ୟବସ୍ଥାକୁ ସରଳ କରିବା ଦାବିରେ ବ୍ୟବସାୟୀ ସଙ୍ଗଠନ ଦି କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ  ବା କ୍ୟାଟ୍ ଫେବ୍ରୁଆରୀ ୨୬ରେ ଭାରତ ବନ୍ଦ ଡକରା ଦେଇଛି । ଏହାସହ ସଡକ ପରିବହନ କ୍ଷେତ୍ରର ସର୍ବୋଚ୍ଚ ସଂସ୍ଥା ଅଲ ଇଣ୍ଡିଆ ଟ୍ରାନ୍ସପୋର୍ଟ ଓ୍ୱେଲଫେୟାର ଆସୋସିଏନ ମଧ୍ୟ ଭାରତ ବନ୍ଦକୁ ସମର୍ଥନ କରିଛି । ଏହାସହ ଚକାଜାମ ଘୋଷଣା କରିଛି । ଏହାରି ପ୍ରଭାବରେ ଶୁକ୍ରବାର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ ।

କ୍ୟାଟ୍‌ର ମହାସଚିବ ପ୍ରବୀଣ ଖଣ୍ଡେଲଓ୍ୱାଲ କହିଛନ୍ତି ଯେ, ରାଜ୍ୟ ସରକାର ଓ ଜିଏସଟି ପରିଷଦ ଜିଏସଟିର କଠୋର ପ୍ରାବଧାନକୁ ସମାପ୍ତ କରାଯାଉ । ଜିଏସଟି ପ୍ରକ୍ରିୟା ସରଳ କରିବା ଦାବିରେ ଦେଶର ୧୫୦୦ଟି ସ୍ଥାନରେ ଧାରଣା ଦିଆଯିବ । ଦେଶର ସବୁ ବଜାର ବନ୍ଦ ରହିବ । ରାଜ୍ୟର ବିଭିନ୍ନ ସହରରେ ବ୍ୟବସାୟୀମାନେ ଧାରଣା ଦେବେ ।  ପ୍ରାୟ ୮ କୋଟି ବ୍ୟବସାୟୀ ଏଥିରେ ସାମିଲ ହେବେ ।

ସମସ୍ତ ରାଜ୍ୟସ୍ତରୀୟ ପରିବହନ ସଙ୍ଘ ଭାରତ ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଇ-ଓ୍ୱେ ବିଲକୁ ବିରୋଧ କରି କ୍ୟାଟ୍‌ର ସମର୍ଥନ କରିଛି । ବିଭିନ୍ନ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟକୁ ଏହି ସମୟରେ ସମ୍ପୂର୍ଣ୍ଣ ବନ୍ଦ ରଖାଯିବ । କୌଣସି ପ୍ରକାର ମାଲ୍ ବୁକିଂ, ଡେଲିଭରୀ, ପରବିହନ ହେବ ନାହିଁ । ସମସ୍ତ ପରିବହନ କମ୍ପାନୀ ବିରୋଧ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୮ଟା ଯାଏଁ ନିଜ ବାହାନକୁ ପାର୍କିଂ କରିବେ ।

ଜାନୁଆରୀ ୧ରୁ ଲାଗୁ ହୋଇଥିବା ଏହି ଇ-ଓ୍ୱେ ନିୟମକୁ ନେଇ ପରିବହନ ଓ ବ୍ୟବସାୟୀ ବର୍ଗ ଚିନ୍ତିତ ଅଛନ୍ତି । ବର୍ତ୍ତମାନ ପ୍ରତି ୧୦୦ କିମି ଯାଏଁ ବାହାନରେ ଲୋଡ୍ ହୋଇଥିବା ମାଲ୍ ପାଇଁ ୨ ଦିନ ପାଇଁ ଇ-ଓ୍ୱେ ବିଲ୍ ରହିଛି । ନୂଆ ବିଲରେ ଏହାକୁ ମାତ୍ର ୧ ଦିନ କରାଯାଇଛି । ଏପରିକି ଦେଶର ପରିବହନ ସେକ୍ଟର ବ୍ୟତୀତ ଅନେକ ରାଷ୍ଟ୍ରୀୟ ବ୍ୟବସାୟୀ ସଙ୍ଗଠନ ଶୁକ୍ରବାର ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

   Related Posts