ଆଜି ଭାରତ ବନ୍ଦ, ଚଣ୍ଡିଖୋଲର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ସହ ପିକେଟିଂ

Published By : Prameya-News7 Bureau | December 08, 2020 IST

ଚଣ୍ଡିଖୋଲ ୦୮।୧୨: କୃଷି ଆଇନ୍‌କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତେବେ ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ବିଭିନ୍ନ ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ କରାଯାଉଛି ।

କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ ଚାଷୀ ନୀତିକୁ ବିରୋଧ କରି ସର୍ବଭାରତୀୟ ସ୍ତରରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଚଣ୍ଡଖୋଲ ଠାରେ ନବନିର୍ମାଣ କୃଷକ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ କମ୍ପାନୀ ପ୍ରୀତି ଓ ଚାଷୀଙ୍କୁ ଉପେକ୍ଷା ଆଦିକୁ ସମାଲୋଚନା କରିଛନ୍ତି ଅନେକ ସଂଗଠନ । ଚଣ୍ଡିଖୋଲ ଠାରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ତେବେ ଶାନ୍ତିଶୃଙ୍ଖଳା ପାଇଁ ୧ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.