ବଲାଙ୍ଗୀର ୨୬।୧୧: ଆଜି ୧୨ଘଣ୍ଟିଆ ସର୍ବଭାରତୀୟ ବନ୍ଦ ଡାକରା । ୮ଦଫା ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ବଲାଙ୍ଗୀରରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ପିକେଟିଂ ସହ ଆନ୍ଦୋଳନ କରାଯାଇଛି ।
ଶ୍ରମିକ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ନିଯୁକ୍ତି ଗ୍ୟାରେଣ୍ଟି ଦେବା, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଟ ଓ ଚାଷୀ ବିରୋଧୀ ୩ଟି କୃଷି ଆଇନ୍ ବାତିଲ୍ ସହ ବିଭିନ୍ନ ସମସ୍ୟାକୁ ନେଇ ଜାତୀୟ ଟ୍ରେଡ଼୍ ୟୁନିଅନ ପକ୍ଷରୁ ଆଜି ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ବଲାଙ୍ଗୀରରେ ମଧ୍ୟ ବିଭିନ୍ନ ସଂଗଠନ ପକ୍ଷରୁ ମିଳିତ ଭାବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ବନ୍ଦ ଡାକରା ଦିଆଯାଇଥିବାର ଦେଖିବାକୁ ମିଳିଛି। ସେହିପରି ଜିଲ୍ଲାର ଦେଓଗାଁ, ସଇଁତଳା, ଟିଟିଲାଗଡ, କଣ୍ଟାବାଞ୍ଜି, ଲୋଇସିଂହା ଆଦି ଅଞ୍ଚଳମାନଙ୍କରେ ଯାନବାହାନ ଚଳାଚଳ ବନ୍ଦ ଥିବାର ଦେଖିବାକୁ ମିଳିଛି।