Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଭଦ୍ରକ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ

26/11/2020 at 9:29 AM

ଭଦ୍ରକ  ୨୬।୧୧: ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ତେବେ ଭାରତ ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲାରେ ପରିଲକ୍ଷିତ ହେଉଛି । ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆବାହନରେ ଏଆଇସିସିଟିୟୁ ବନ୍ଦ ପାଳନ କରୁଛି ।

ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଏଆଇସିସିଟିୟୁ ରାଜପଥ ଅବରୋଧ କରିଛି । ଜିଲ୍ଲାର ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ସ୍ଥାନରେ ବନ୍ଦ ପାଳନ କରୁଛି । କେନ୍ଦ୍ର ସରକାରଙ୍କ କୃଷି ବିଲକୁ ବିରୋଧ , ଶ୍ରମ କୋଡ଼କୁ ବାତିଲ , ମନେରେଗା ଶ୍ରମିକଙ୍କୁ ଦୈନିକ ୭୦୦ ଟଙ୍କା ଦରମା ଓ ବିଭିନ୍ନ ଦାବି ନେଇ ବନ୍ଦ ଘୋଷଣା କରିଛି ବିଭିନ୍ନ ସଂଗଠନ । ଦେଶବ୍ୟାପୀ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାସ୍ତା ବ୍ଲକ, ପିକେଟିଂ କରାଯାଉଛି । ଯାହାଫଳରେ କି ଯାତାୟତରେ ପ୍ରଭାବ ପଡିଛି । ଅନେକ ଯାତ୍ରୀ ବିଭିନ୍ନ ବସ୍‌ଷ୍ଟାଣ୍ଡରେ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଚାହିଁ ବସିଛନ୍ତି ।

   Related Posts