ଭାରତ ବନ୍ଦ ବେଳେ ପୁରୀରେ ହିଂସା : ପେଟ୍ରୋଲ ପମ୍ପ ଭିତରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ

Published By : Prameya-News7 Bureau | September 10, 2018 IST

ପୁରୀ ୧୦/୯ : ଆନ୍ଦୋଳନକାରୀମାନେ ପେଟ୍ରୋଲ ପମ୍ପ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି | ପେଟ୍ରୋଲ ପମ୍ପ ଭିତରେ ପଶି ପୋଷ୍ଟର ବ୍ୟାନର ଚିରିଛନ୍ତି | ତେବେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଶାନ୍ତିପୂର୍ଣ ଭାବେ ବନ୍ଦ ଡାକରା ଦିଆଯିବ | ହେଲେ ବି ପୁରୀରେ ଏଭଳି ହିଂସା ଦେଖିବାକୁ ମିଳିଛି | ପୁରୀରେ ଭାରତ ବନ୍ଦର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି। ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓ ବାମପନ୍ଥୀ ଦଳ ଗୁଡ଼ିକ ମିଳିତ ଭାବେ ଏହି ବନ୍ଦ ପାଳନ କରିବା ଦେଖିବାକୁ ମିଳିଛି। ରେଳଷ୍ଟେସନରେ କଂଗ୍ରେସର ଜିଲ୍ଲା ସଭାପତି ସତ୍ୟବ୍ରତ ପାତ୍ରଙ୍କ ନେତୃତ୍ୱରେ ଶତାଧିକ କର୍ମୀ ରେଳ ରୋକରେ ସାମିଲ ହୋଇଛନ୍ତି। କର୍ମୀମାନେ ରେଳଟ୍ରାକ୍ ଉପରେ ରହି ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବାରୁ ପୁରୀରୁ ଛାଡ଼ିବାକୁ ଥିବା ଟ୍ରେନ୍ ଗୁଡ଼ିକ ଯାତ୍ରା ଆରମ୍ଭ କରିପାରି ନାହିଁ। ସେହିପରି ରେଳଷ୍ଟେସନରେ ବାମପନ୍ଥୀ ଦଳ ଗୁଡ଼ିକ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିପିଆଇ, ସିପିଏମ୍ ର ଶତାଧିକ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୈଳ ଦର ବୃଦ୍ଧିର ପ୍ରତିବାଦ କରିଛନ୍ତି। ରେଳରୋକ ସହ ପୁରୀରୁ ବସ ଚଳାଚଳ ମଧ୍ୟ ସଂପୁର୍ଣ୍ଣ ପ୍ରଭାବିତ ହୋଇଛି। ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ବେଳେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଅଠରନଳା ଠାରେ କଂଗ୍ରେସ କର୍ମୀ ମାନେ ଟାୟାର ଜାଳି ରାସ୍ତା ବନ୍ଦ କରିଥିବା ବେଳେ ଜନସାଧାରଣ ମାନେ ଏହି ବନ୍ଦ ଡ଼ାକରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.