Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଓଡିଶାରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ, ଚାଲିଲାନି ଗାଡି ମଟର: ସାଧାରଣ ଲୋକେ ହେଲେ ହନ୍ତସନ୍ତ

8/01/2019 at 5:41 PM

ଭୁବନେଶ୍ବର ୮|୧: ଦୁଇ ଦିନିଆ ଭାରତ ବନ୍ଦ ।  କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ବିରୋଧ କରି ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା । ରାଜ୍ୟରେ ବନ୍ଦକୁ ସମର୍ଥନ ଜଣାଇଛନ୍ତି ବିଜେଡି ଓ କଂଗ୍ରେସ ।  ରାସ୍ତାଘାଟ , ରେଳ ଷ୍ଟେସନ ,ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ ସବୁଠି ଦେଖିବାକୁ ମିଳିଥିଲା ବନ୍ଦର ପ୍ରଭାବ । ବନ୍ଦ ଯୋଗୁ ଆର୍ଥିକ କାରବାର ଠପ୍‌ ସହ ଜନ ଜୀବନ ମଧ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି……

ରାସ୍ତାରେ ନାରାବାଜି, ଟାୟାର ଜାଳି ଅବରୋଧ , ଅଧାବାଟରେ ଯାତ୍ରୀ ହଟହଟା। ରାସ୍ତା, ଘାଟ ରେଳ ଷ୍ଟେସନ, ବ୍ୟବସାୟ ପ୍ରତିଷ୍ଠାନ , ଶିକ୍ଷାନୁଷ୍ଠାନ ସବୁଠି ବନ୍ଦର ପ୍ରଭାବ ।

ଏନଡିଏ ସରକାରଙ୍କ ଅର୍ଥ ଓ ଶ୍ରମନୀତିକୁ ବିରୋଧ କରି ଟ୍ରେଡ ୟୁନିଅନ ଡାକରା ଦେଇଥିବା ଦୁଇ ଦିନିଆ ଭାରତ ବନ୍ଦର ପ୍ରଭାବ ଦେଶବ୍ୟାପୀ ଅନୁଭୂତ ହୋଇଛି। ଚାଷୀ ସଂଗଠନ ଗୁଡ଼ିକ ବନ୍ଦରେ ସାମିଲ ହୋଇଛନ୍ତି ।  ପଶ୍ଚିମବଙ୍ଗ, କେରଳ ସହିତ ଦିଲ୍ଲୀ, ଓଡ଼ିଶାରେ ବନ୍ଦର ପ୍ରଭାବ ବିଶେଷ ଭାବେ ଅନୁଭୂତ ହୋଇଛି ।

ଓଡ଼ିଶାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।  ବିଶେଷ କରି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକ ସତର୍କତା ମୂଳକ ପଦକ୍ଷେପ ଭାବେ ବନ୍ଦ କରିଦେଇଥିଲେ।  ଅଟୋସଂଘ, ବସ ସଂଘ ଏହାକୁ ସମର୍ଥନ କରିଥିବାରୁ ରାସ୍ତାରେ ଯାତ୍ରୀମାନେ ନାନା ହଇରାଣ ହରକତ ହୋଇଥିଲେ। ରାଜଧାନୀର ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।

ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବିଭିନ୍ନ ଛକରେ ଆନ୍ଦୋଳନକାରୀ ମାନେ ପିକେଟିଂ କରିଥିଲେ ।… କଟକରେ ମଧ୍ୟ ଭାରତ ବନ୍ଦର ପ୍ରଭାବ । ସବୁଦିନ ଯାତ୍ରୀଙ୍କ ଗହଳି ଚହଳିରେ କମ୍ପୁଥିବା ବାଦାମବାଡ଼ି ବସ୍ ଷ୍ଟାଣ୍ଡ ସମ୍ପୂର୍ଣ୍ଣ ଖାଁ ଖାଁ ।ସେମିତି ପାରାଦୀପ, ବ୍ରହ୍ମପୁର, ଫୁଲବାଣୀ, ରାଉରକେଲା, ଅନୁଗୁଳରେ ବନ୍ଦର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଥିଲା

କେନ୍ଦ୍ର ସରକାରଙ୍କ ଶ୍ରମ ନୀତିକୁ ବିରୋଧ କରି ଶ୍ରମିକ ସଂଗଠନଗୁଡ଼ିକ ରାସ୍ତାକୁ ଓହ୍ଲାଇଥିଲେ। ବିଜେଡି, କଂ​ଗ୍ରେସ ବନ୍ଦ ପାଳନକୁ ସମର୍ଥନ କରିଥିଲେ। ସେପଟେ ବିଜେପି କହିଛି ଏ ବନ୍ଦ ପଛରେ ରହିଛି ରାଜନୀତି।  ଏବଂ ଏହାକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିଛନ୍ତି।

୧୨ ଦଫା ଦାବୀ ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ଦ୍ବାରା ଦିଆଯାଇଥିବା ୪୮ଘଣ୍ଟିଆ ଭାରତ ବନ୍ଦ ଡାକରା ଯୋଗୁଁ ରାଜ୍ୟବ୍ୟାପୀ ଏହାର ପ୍ରଭାବ ଦେଖିବାକୁ ମିଳିଛି ।  ତେବେ ୯ ତାରିଖ ଅର୍ଥାତ୍ ଆସନ୍ତା କାଲି ସ୍କୁଲ ବନ୍ଦ ହେବ କି ନାହିଁ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।  

   Related Posts