CAA, NRCକୁ ବିରୋଧ କରି ଆଜି ଭାରତ ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | January 29, 2020 IST

ଭୁବନେଶ୍ବର ୨୯।୧: ନାଗରିକ ଅଧିକାର ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ଓ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା (ଏନପିଆର) ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରା ଦେଇଛି ବହୁଜନ କ୍ରାନ୍ତି ମୋର୍ଚ୍ଚା । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହି ବନ୍ଦରେ ବହୁଜନ କ୍ରାନ୍ତି ମୋର୍ଚ୍ଚାକୁ ଅନ୍ୟ ସଂଗଠନର ସହଯୋଗ ମିଳିବା ନେଇ ଆଶଙ୍କା ରହିଛି ।

ଏହି ଭାରତ ବନ୍ଦର ମୁଖ୍ୟ ପ୍ରସଙ୍ଗ ରହିଛି ସିଏଏ, ଏନଆରସି ଏବଂ ଅଭିଏମକୁ ବିରୋଧ । ବିରୋଧ ବ୍ୟତୀତ ପୋଷ୍ଟରରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଏନଆରସି, ଡିଏନଏ ଆଧାରରେ ଲାଗୁ ହେବା ଉଚିତ୍ ବୋଲି ।

ଏହି ବନ୍ଦ ଡାକରାର ପ୍ରଭାବ ଓଡିଶାରେ ଏତେଟା ପଡିବାକୁ ନଥିଲେ ବି କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସାରା ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଅନ୍ୟପଟେ ଏହି ବନ୍ଦ ଡାକରାକୁ “ଆମେ ଭାରତବାସୀ’ (ୱି ଦ ପିପୁଲ ଅଫ୍‌ ଇଣ୍ଡିଆ) ପକ୍ଷରୁ ସମର୍ଥନ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.