Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ବଡଚଣା ଟ୍ରେଡ୍ ୟୁନିୟନ୍ ପକ୍ଷରୁ ବନ୍ଦ ପାଳନ , ରାଜରାସ୍ତାକୁ ଅବରୋଧ କରିଥିଲେ ଆନ୍ଦୋଳନକାରୀ

26/11/2020 at 3:19 PM

ଚଣ୍ଡିଖୋଲ ୨୬।୧୧: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଟ୍ରାଫିକ ଛକ ନିକଟରେ କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ବିରୋଧ କରି ୧୦ଟି ମିଳିତ ଟ୍ରେଡ ୟୁନିୟନ ଓ ସ୍ବାଧୀନ ଫେଡରେସନ ପକ୍ଷରୁ ଆନ୍ଦୋଳନ ହୋଇଥିଲା । ସଂଗଠନ ପକ୍ଷରୁ ବଡଚଣା ଟ୍ରେଡ ୟୁନିୟନ ସଭାପତି ଜଚିନ୍ଦ୍ର ଜେନା ଓ ବଡ଼ଚଣା ଟ୍ରେଡ଼ ୟୁନିୟନ ସମ୍ପାଦକ ତପନ କୁମାର ପରିଡ଼ାଙ୍କ ସମେତ ସଂଗଠନର ଅନ୍ୟ କାର୍ଯ୍ୟକର୍ତ୍ତାମାନେ ଆନ୍ଦୋଳନକୁ ଓଲ୍ଲାଇଥିଲେ ।

ଚଣ୍ଡିଖୋଲ ଛକ ନିକଟରେ ଶାନ୍ତି ପୂର୍ଣ୍ଣ ଭାବେ ରାଜରାସ୍ତାକୁ ଉଭୟ ପାର୍ଶ୍ବରୁ ବନ୍ଦ କରିବା ସହିତ ଆନ୍ଦୋଳନକୁ ଏକ ପ୍ରକାର ସଫଳ କରାଇଥିଲେ । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ବଡ଼ଚଣା ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ସହ ଆନ୍ଦୋଳନ ସ୍ଥଳରେ ବଡ଼ଚଣା ଭାରପ୍ରାପ୍ତ ଅଧିକାରୀଙ୍କ ସହ ଚଣ୍ଡିଖୋଲ ମୁଖ୍ୟ ଟ୍ରାଫିକ ଅଧିକାରିଣୀଙ୍କ ସମେତ ଚଣ୍ଡିଖୋଲ ପୋଲିସ ଫାଣ୍ଡି ଅଧିକାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଉପରେ ନଜର ରଖିଥିଲେ।

   Related Posts