ଟ୍ବିନ୍ ସିଟିରେ ଭାରତ ବନ୍ଦର ପ୍ରଭାବ : ଭୁବନେଶ୍ବର ରେଲୱେ ଷ୍ଟେସନରେ ଟ୍ରେନ୍ ଅଟକାଇଲେ ଆନ୍ଦୋଳନକାରୀ

Published By : Prameya-News7 Bureau | January 08, 2020 IST

ଭୁବନେଶ୍ବର ୮।୧: ଭାରତ ବନ୍ଦର ଡାକରା ଦେଇଛନ୍ତି ଦେଶର ବିଭିନ୍ନ ଶ୍ରମିକ ସଙ୍ଗଠନ । ବନ୍ଦର ପ୍ରଭାବ ଟ୍ବିନ୍ ସିଟିରେ ଦେଖିବାକୁ ମିଳିଛି । ବନ୍ଦ ପ୍ରଭାବରେ ଭୁବନେଶ୍ବର ରେଲୱେ ଷ୍ଟେସନରେ ଅଟକିଛି ବିଭିନ୍ନ ଟ୍ରେନ୍ ।

{"id":208478,"sizeSlug":"large"}

ପୁରୀ-ରାଉରକେଲା ଇଣ୍ଟରସିଟି ଓ କରମଣ୍ଡଳ ଏକ୍ସପ୍ରେସକୁ ଅଟକାଇଥିଲେ ଆନ୍ଦୋଳନକାରୀ । କ୍ଲିୟରାନ୍ସ ନପାଇବାରୁ ଷ୍ଟେସନରୁ କିଛି ଦୂରରେ ଅଟକିଛି ଦୂରନ୍ତ ଏକ୍ସପ୍ରେସ । ଏବେବି ଷ୍ଟେସନରେ କିଛି ଟ୍ରେନ୍ ଅଟକି ଥିବା ସୂଚନା ମିଳିଛି ।

{"id":208480,"sizeSlug":"large"}

ସେହିପରି କଟକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଛି । ପୁରୀ, ବ୍ରହ୍ମପୁର, ଭଦ୍ରକ, ବାଲେଶ୍ବର, ରାଉରକେଲା ଆଦି ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.