Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ନୂଆପଡ଼ାରେ ଭାରତ ବନ୍ଦର ପ୍ରଭାବ, ବିକ୍ଷୋଭ ପ୍ରଦର୍ଶନ-ରାସ୍ତା ଅବରୋଧ କରି ପ୍ରତିବାଦ

8/12/2020 at 4:00 PM

ନୂଆପଡା ୦୮।୧୨: ନୂତନ କୃଷି ଆଇନକୁ ଦେଶବ୍ୟାପି କୃଷକ ମାନଙ୍କ ବିରୋଧ । ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ନୂଆପଡା ଜିଲ୍ଲାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭାରତ ବନ୍ଦକୁ ବିରୋଧ କରି ଅନେକ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ କରାଯାଇଛି ।

ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ୩୫୩ର ଏକତା ଛକ ଠାରେ ରାସ୍ତାରୋକ କରାଯାଇଛି । ଏହାସହ ଜିଲ୍ଲାର ଖରିଆର ରୋଡ,ସାରାବଙ୍ଗ,କୋମନା,ସିନାପାଲି,ବୋଡେନ ଓ ଖଡିଆଳ ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖା ଦେଇଛି । କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ହୋଇଥିବା ତିନୋଟି ନୂତନ କୃଷି ବିଲକୁ ବିରୋଧ କରିବା ସହ ଏହାର ପ୍ରତିବାଦରେ ନୂଆପଡା ଦଳିତ ଅଧିକାର ମଞ୍ଚ ସମେତ ଅନେକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି । ଏହାର ପ୍ରଭାବରେ ଜିଲ୍ଲାରେ ଜରୁରୀ କାଳିନ ସେବାକୁ ଛାଡି ଦେଲେ ଅନ୍ୟାନ୍ୟ ଦୋକାନ ବଜାର ସମେତ ଗାଡି ଚଳାଚଳ ବନ୍ଦ ରହିଛି । ଏହାକୁ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନି ଦେଇଛନ୍ତି ।

   Related Posts