Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଆଜି ଭାରତ ବନ୍ଦ ଡାକରା , ଝାରସୁଗୁଡ଼ାରେ ବିକ୍ଷୋଭ ପ୍ରଦର୍ଶନ ସହ ପିକେଟିଂ

26/11/2020 at 2:15 PM

ଝାରସୁଗୁଡ଼ା ୨୬।୧୧: ଆଜି ୮ଦଫା ଦାବି ନେଇ ୧୦ଟି ଗଣସାଂଗଠନିକ ଭାରତ ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ବିଭିନ୍ନ ରାଜୈନିତ ଦଳ ସମର୍ଥନ କରିଛନ୍ତି । ଝାରସୁଗୁଡ଼ା ସହର ସମେତ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଆଜି ବନ୍ଦର ପ୍ରଭାବ ଦେଖାଦେଇଛି ।

ଝାରସୁଗୁଡାରେ ଆଜି ସକାଳୁ ବିଭିନ୍ନ ସଂଗଠନ ସହ ଭାରତୀୟ କମ୍ୟୁନିଷ୍ଟପାର୍ଟି, କଂଗ୍ରେସ, ସିପିଏମ୍ ସହ ଚାଷୀ ସଂଗଠନର କର୍ମକର୍ତ୍ତା ମାନେ ପିକେଟିଂ କରି ବିଭିନ୍ନ ଛକ ସ୍ଥାନ ମାନଙ୍କରେ ବସି ଧାରଣା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ନୁତନ କୃଷି ବିଲରେ ଚାଷୀଙ୍କୁ ଶୋଷଣ କରି ପୁଞ୍ଜିପତିଙ୍କ ହାତକୁ ଟେକି ଦେବାର ଷଡଯନ୍ତ୍ର ଚାଲିଛି  । ଶ୍ରମ ଆଇନରେ ପରିବର୍ତ୍ତନ କରି ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପେଟ ପାଟଣାକୁ ନଷ୍ଟ ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରି ଭାରତ ବନ୍ଦ ଡାକରାରେ ସାମିଲ ହୋଇ ବିରୋଧ କରିଛନ୍ତି ବିଭିନ୍ନ ସଂଗଠନ ।

ଧର୍ମଘଟ ଲାଗି  ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ, ବମ୍ବେ ଛକ, ଷ୍ଟେସନ ଛକରେ ଆନ୍ଦୋଳନକାରୀ ମାନେ ପିକେଟିଂ କରିଥିଲେ । ବିଭିନ୍ନ ଟ୍ରେଡ ୟୁନିଅନର କର୍ମକର୍ତ୍ତାଙ୍କ ପିକେଟିଂ ଲାଗି ବ୍ରଜରାଜନଗର ଓ ଲଖନପୁର କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।

   Related Posts