ଭାରସାମ୍ୟ ହରାଇ ଖସିପଡିଲା ବାଇକ, ଜଣେ ମୃତ

Published By : Prameya-News7 Bureau | March 17, 2020 IST

ବାସୁଦେବପୁର ୧୭।୦୩: ଭଦ୍ରକ ଜିଲ୍ଲା ଚୂଡାମଣୀ ସାମୁଦ୍ରିକ ଥାନା ଅନ୍ତର୍ଗତ ମନ୍ଦାରୀ ବଡପୋଲ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ  ଭଦ୍ରକ ଗ୍ରାମାଞ୍ଚଳ ଥାନା ବରମପୁର ଗାଁର ଅମୁଲ୍ୟ ଅରଖଙ୍କ ପୁଅ ଶିବ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଶିବ । ବ୍ୟକ୍ତିଜଣଙ୍କ ନିଜ ଶ୍ବଶୁର ଘର ନାୟକାଣିଡିହି ଥାନା ନଳବାଙ୍କକୁ ନିଜ ବାଇକ ଯୋଗେ ଆସିଥିଲେ । ଗାଡି ଚଳାଉଥିବା ସମୟରେ ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଖସିପଡିଥିଲା  ବାଇକ । ମଙ୍ଗଳବାର ଦିନ ସକାଳ ସମୟରେ ସ୍ଥାନୀୟ ଲୋକ ଶୈାଚ ପାଇଁ ଯାଇଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କୁ ଦେଖିଥିଲେ । ଏବଂ ସ୍ଥାନୀୟ ଚୂଡାମଣୀ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.