ରାସ୍ତାନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ପାଞ୍ଚ କିଲୋମିଟର ଭାରରେ ବୁହାହେଲେ ପ୍ରସୂତି

Published By : Prameya-News7 Bureau | March 18, 2020 IST

ରାୟଗଡା ୧୮।୦୩: ଭାରରେ ପୁଣି ବୁହାହେଲେ ପ୍ରସୂତି । ରାୟଗଡା ଜିଲ୍ଲା କୋଲନରା ବ୍ଲକରେ ଭାରରେ ବୁହା ହୋଇଛନ୍ତି ପ୍ରସୂତି । ଜଙ୍ଗଲ ରାସ୍ତାରେ ପାଞ୍ଚ କିଲୋମିଟର ବୁହା ହେବା ପରେ ଆମ୍ବୁଲାନ୍ସ ଯୋଗେ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛନ୍ତି । ଏବଂ ତାଙ୍କ ଚିକିତ୍ସା ଜାରି ରହିଛି ।

{"id":240211,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦୁମୁକୁ ଗାଁର ସାବିତ୍ରୀ ତାଡିଙ୍ଗିଙ୍କୁ ଜନନୀ ଯନ୍ତ୍ରଣା ହୋଇଥିଲା । ୩୨୬ନମ୍ବର ଜାତୀୟ ରାଜପଥରୁ ପ୍ରାୟ ୮କିଲୋମିଟର ଦୂରରେ ଥିବା ଏହି ଦୁମୁକୁ ଗାଁକୁ ରାସ୍ତା ନାହିଁ । ଯାହାଫଳରେ କୌଣସି ଆମ୍ବୁଲାନ୍ସ ଯିବାର ସମ୍ଭାବନା ନାହିଁ । ଶେଷରେ କୌଣସି ଉପାୟ ନପାଇ ଗ୍ରାମବାସୀ ଓ ପରିବାର ଲୋକ ଏକ ଖଟ ସାହାର୍ଯ୍ୟରେ ବୋହି ଲାଲିବି ଗାଁ ଛକ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ  ଏକ ଆମ୍ବୁଲାନ୍ସ ଯୋଗେ କୋଲନତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ଚିକିତ୍ସା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.