Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

ଭାପୁର ଫାଣ୍ଡି ଏଏସଆଇ ସସପେଣ୍ଡ, ନାବାଳିକାଙ୍କ ଅଭିଯୋଗକୁ ଦେଇନଥିଲେ ଗୁରୁତ୍ୱ, ଆକ୍ସନ ନେଲେ ଆଇଜି

30/07/2020 at 9:46 PM

ଢେଙ୍କାନାଳ , ୩୦|୦୭ :  ଢେଙ୍କାନାଳ ଜିଲ୍ଲା  ଦିନବନ୍ଧୁପୁର ନାବାଳିକା ଆତ୍ମହତ୍ୟା ମାମଲାରେ  ଭାପୁର ଫାଣ୍ଡି ଏଏସଆଇ ପଦ୍ମନାଭ ସାହୁଙ୍କୁ ନିଲମ୍ବିତ କରାଯାଇଛି । ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପଦ୍ମନାଭଙ୍କୁ ନିଲମ୍ବନ କରିଛନ୍ତି ।  ନାବାଳିକାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ପଦ୍ମନାଭ ଗୁରୁତ୍ୱ ଦେଇନଥିବାରୁ ଗୋଟିଏ ନିରୀହ ଜୀବନ ଚାଲିଯାଇଥିବା ଖବର ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନାନୁସାରେ, ଜିଲ୍ଲାର ଦିନବନ୍ଧୁପୁରର ଜଣେ ଯୁବକ ଜୈନିକା ନାବାଳିକାଙ୍କୁ ବାରମ୍ବାର ଅସଦାଚରଣ କରୁଥିଲା ।  ଅସଦାଚରଣର ଶିକାର ହୋଇଥିବା ଜଣେ ୧୭ବର୍ଷୀୟା ନାବାଳିକା ନ୍ୟାୟ ପାଇଁ  ପ୍ରଥମେ ଗାଁ ସଭା ଓ ପରେ ପୋଲିସ୍‌କୁ ଗୁହାରି କରିଥିଲେ । କିନ୍ତୁ ପୋଲିସ ଅଭିଯୁକ୍ତକୁ ଥାନାକୁ ଡାକି ମାମଲା ରଫାଦଫା କରିଦେଇଥିଲା । ପୋଲିସର ଢ଼ିଲା ଆକ୍ସନର ସୁଯୋଗ ନେଇ ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ପୁଣି ସଂପୃକ୍ତ ନାବାଳିକାକୁ ଅସଦାଚରଣ କରିଥିଲା । ଫଳରେ  କୌଣସି ସ୍ଥାନରୁରୁ ନ୍ୟାୟ ନପାଇ ଶେଷରେ ନିରାଶ ହୋଇଯାଇଥିଲେ ନାବାଳିକା । ତେଣୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।  

ଏହି ଖବର ପରେ ଭାପୁର ଫାଣ୍ଡି ଏଏସଆଇଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପଦ୍ମନାଭଙ୍କୁ ନିଲମ୍ବନ କରିଛନ୍ତି ।

   Related Posts