ବଢୁଛି କରୋନା ସଂକ୍ରମଣ, ଭଞ୍ଜନଗର ବ୍ଲକ୍ ହରିଗଡ ପଞ୍ଚାୟତ ୧୦ତାରିଖ ପର୍ଯ୍ୟନ୍ତ ସଟ୍‌ଡାଉନ୍

Published By : Prameya-News7 Bureau | August 04, 2020 IST

ଭଞ୍ଜନଗର ୪।୮: ଗଞ୍ଜାମ ଜିଲ୍ଲାରେ କୋରନା ସଂକ୍ରମଣ ବଢ଼ିବାରେ ଲାଗିଛି । ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏବଂ ସ୍ଥାନୀୟ ସରପଞ୍ଚମାନେ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ଅନ୍ତର୍ଗତ ହରିଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚ ଦିଲ୍ଲୀପ କୁମାର ବେହେରା ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଏଥିରେ ପଞ୍ଚାୟତର ଯୁବକ, ବ୍ୟବସାୟୀ ସମସ୍ତେ ସହଯୋଗ କରିଛନ୍ତି ।

{"id":309721,"sizeSlug":"large"}

କିଛି ଦିନ ମଧ୍ୟରେ ହରିଗଡ଼ ପଞ୍ଚାୟତର ବଦାଙ୍ଗି ଗ୍ରାମରେ ୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାପରେ ଜଣେ କୋରନା ଯୋଦ୍ଧା ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି । ତେଣୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରପଞ୍ଚଙ୍କ ଏପରି ପଦକ୍ଷେପକୁ ଲୋକେ ସମର୍ଥନ କରିଛନ୍ତି । ପ୍ରଶାସନ ପକ୍ଷରୁ ବଦାଙ୍ଗି ଗ୍ରାମକୁ ସାନିଟାଇଜ୍ କରାଯିବା ପାଇଁ ସରପଞ୍ଚ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.