Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ନିଯୁକ୍ତି ଦିଅ ଲୁହାପଥର ନିଅ… ବେକାରୀ ସମସ୍ୟାକୁ ନେଇ ଏଭଳି ଚେତାବନୀ ଦେଲା ଭଞ୍ଜସେନା

4/11/2020 at 4:25 PM

ରାଇରଙ୍ଗପୁର ୪।୧୧: ଜିଲ୍ଲାରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ଆକ୍ସନ ମୋଡରେ ଭଂଜସେନା । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନ କରି ଆସୁଥିବା ଅଣରାଜନୈତିକ ସଂଗଠନ ବେକାରୀ ସମସ୍ୟା, ସ୍ଥାନୀୟ ଯୁବକଙ୍କ ନିଯୁକ୍ତିକୁ ନେଇ ବିଭିନ୍ନ ସଂଗଠନ ସହିତ ଏକ ପ୍ରସ୍ତୁତି ବୈଠକ କରିଥିଲା । ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ନିକଟ କୁଡୁମୀ ଭବନରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବେକାର ଯୁବକ ଯୁବତୀ ରୋଜଗାର ପାଇଁ ଦାଦନ ଖଟିବାକୁ ଯାଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା।

ଗୋରୁମହିଷାଣୀ ସ୍ଥିତ ଲୌହ ଖଣିରୁ ଶହେ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ମୂଲ୍ୟବାନ ଲୌହ ପଥର ଉତ୍ତୋଳନ ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୋଟେ ଶିଳ୍ପ ପ୍ରତିଷ୍ଠାନ ନ ହେବା ତଥା ସ୍ଥାନୀୟ ଅଞ୍ଚଳର ବିକାଶ ନ ହେବାକୁ ନେଇ ଉପସ୍ଥିତ ସଦସ୍ୟମାନେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ବାହାର ଜିଲ୍ଲା ତଥା ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆ ଯାଉଥିବା ବେଳେ ସ୍ଥାନୀୟ ଯୁବକଙ୍କୁ ଅଣ ଦେଖା କରିବା, ବଡ଼ ବଡ଼ ମେସିନ ଦ୍ବାରା ଲୌହପଥର ଉତ୍ତୋଳନ ଦ୍ବାରା ପୂର୍ବରୁ କାମ କରୁଥିବା ଶ୍ରମିକ ବେରୋଜଗାର ହୋଇଯିବା ପ୍ରଭୃତି ସମସ୍ୟାକୁ ନେଇ ଭଂଜସେନା ରାଜରାସ୍ତାକୁ ଓହ୍ଲାଇବ ବୋଲି ଏହାର ଆବାହକ ତଥା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା କହିଛନ୍ତି ।

ଆସନ୍ତା ଡିସେମ୍ବର ୧୦ ତାରିଖ ମାନବାଧିକାର ଦିବସରେ ୨୪ ଘଣ୍ଟିଆ ବାହାର ରାଜ୍ୟକୁ ଲୌହପଥର ପରିବହନ କରିବାକୁ ଦିଆଯିବନାହିଁ ବୋଲି ଚେତାବନୀ ଦେଇଛି ଭଂଜସେନା । ଏହି ପ୍ରସ୍ତୁତି ବୈଠକରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକ, ବରିଷ୍ଠ ନେତା ତଥା ସଙ୍ଗଠକ ଇଶାନ ମିଶ୍ର ଓ ବିଭିନ୍ନ ବ୍ଲକରୁ ଆସିଥିବା ସଂଗଠନର କାର୍ଯ୍ୟକର୍ତ୍ତା ନିଜନିଜର ସୁଚିନ୍ତିତ ମତ ଦେଇଥିଲେ । ତେବେ ଭଂଜସେନାର ବେକାରୀମୁକ୍ତ ମୟୁରଭଞ୍ଜ ଅଭିଯାନକୁ ବିଭିନ୍ନ ମହଲରୁ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି।

   Related Posts