୩ ଲକ୍ଷ ଟଙ୍କାର ଭାଙ୍ଗ ସହ ପିକ୍‌ଅପ୍‌ ଭ୍ୟାନ୍‌, ଦୁଇ ବାଇକ୍‌ ଜବତ, ୫ ଗିରଫ

Published By : Prameya-News7 Bureau | November 30, 2021 IST

ଭଞ୍ଜନଗର, ୩୦/୧୧: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପୋଲିସର ସଫଳତା । ପୂର୍ବ ସୂଚନା ପାଇ ପାଟ୍ରୋଲିଂ ସମୟରେ ଜରାଉ ଛକ ନିକଟରେ ଏକ ଭାଙ୍ଗ ବୋଝେଇ ବୋଲେରୋ ପିକଅପକୁ ଜବତ କରିଛି ପୋଲିସ l ଏଥିରେ ଚାଲାଣ ହେଉଥିବା ୩୯ ପ୍ୟାକେଟ ଭାଙ୍ଗ ଜବତ କରାଯାଇଛି । ଏହି ଭାଙ୍ଗ ପାଖାପାଖି ୧୧ କୁଇଣ୍ଟାଲ୍‌ ୯୬ କେଜି ହୋଇଥିବା ପୋଲିସ୍‌ କହିଛି ।

ଗାଡ଼ିଟି ଆସୁଥିବା ବେଳେ ଆଗରେ ଏବଂ ପଛରେ ଏହାକୁ ୪ ଜଣ ସୁରକ୍ଷା ଦେଉଥିଲେ । ଏଥିରେ ୨ ମୋଟର ସାଇକଲ , ନଗଦ ୫,୧୦୦ ଟଙ୍କା ସମେତ ୫ଜଣ ଙ୍କୁ ଗିରଫ କରିଛି ପୋଲିସ l  ଗିରଫମାନେ ହେଲେ ଗଞ୍ଜାମ ଜିଲ୍ଲାର ୨ ଜମ,  ନୟାଗଡ ଜିଲ୍ଲା ଅଂଚଳର ୩ ଜଣ l ତେବେ ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି l ଏହା ଗଜପତି ଜିଲ୍ଲା ଅଂଚଳରୁ ନୟାଗଡ ଜିଲ୍ଲା ଦେଇ ଖୋର୍ଦ୍ଧା ଚାଲାଣ କରାଯାଉଥିବା ପୋଲିସ ତଦନ୍ତରୁ ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.