Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଆଉ ଜଣେ ଟିଏମସି ବିଧାୟକଙ୍କ ପରଲୋକ
  • ||
  • ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା, ମାଳିସାହି ନିକଟରୁ ଉଦ୍ଧାର କଲା ପୋଲିସ
  • ||
  • ହତ୍ୟା କରି ଗଛରେ ଟାଙ୍ଗିଦେଲେ ! ସନ୍ଧ୍ୟାରେ ସାଙ୍ଗ ହୋଇ ମଦ ପିଇଲା ପରେ ଏମିତି ଘଟିଲା କ’ଣ ?
  • ||
  • ଯୁବକଙ୍କୁ ବୀଭତ୍ସ ହତ୍ୟା : ଖଣ୍ଡା ଓ ଫାର୍ସାରେ ବେକକୁ ହାଣିଦେଲେ ୪ ଦୁର୍ବୃତ୍ତ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୭୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ୧୨ ଫୁଟର ଅଜଗର ଉଦ୍ଧାର, କପିଳାସ ଜଙ୍ଗଲରେ ଛାଡିଲା ବନ ବିଭାଗ
  • ||
  • ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ମାଫିଆ ଗିରଫ
  • ||
  • ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ
  • ||

ଯାଜପୁର ପାଣିକୋଇଲି ଅଞ୍ଚଳରେ ଭାଙ୍ଗ କାରଖାନା ଠାବ ; ଦୁଇ ଜଣ ଗିରଫ

28/12/2018 at 3:19 PM

ଯାଜପୁର ୨୮|୧୨:  ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ବର୍ତ୍ତମଣା ଗାଁରେ ଠାବ ହୋଇଛି ସତାବରୀ କାରଖାନା। କାରଖାନାରେ ଚଢାଉ କରିଥିଲା କଟକ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ବାର୍ଡ । ଚଢାଉ ବେଳେ ବିଭିନ୍ନ ଯନ୍ତ୍ରାଂଶ ସହିତ ବିପୁଳ ପରିମାଣର ଭାଙ୍ଗ ଗୁଣ୍ଡ ଓ ସତାବରୀ ପାଉଚ୍ ଜବତ ହୋଇଛି । ଭାଙ୍ଗଗୁଣ୍ଡ ଓ ଚିନି, ଗୁଡ ଆଦି ମିଶ୍ରଣକରି ଏଠାରେ ପ୍ରସ୍ତୁତ ହେଉଥିଲା ମୋଦକ ଓ ସତାବରୀ ଭଳି ନିଶାଦ୍ରବ୍ୟ । ଏହି ଘଟଣାରେ ଫ୍ଲାଇଂ ସ୍କ୍ବାର୍ଡ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି । ଗିରଫ ଦୁଇଜଣ ହେଲେ ଅନିରୁଦ୍ଧ ବେହେରା ଓ ଅନନ୍ତ ଗୋପାଳ ସାହୁ ।

ତେବେ ଗତ ୨୦୧୭ ମସିହା ନଭେମ୍ବର ୨୮ତାରିଖରେ ଏହି ସ୍ଥାନରୁ ଏକ କାରଖାନା ଠାବ ହେବା ସହ ଅନିରୁଦ୍ଦ ବେହେରା ନାମକ ବ୍ୟକ୍ତି ଗିରଫ ହୋଇଥିଲେ । ଏହି ନିଶା ଦ୍ରବ୍ୟ ଗୁଡିକ ଚୋରାରେ ପ୍ରସ୍ତୁତ କରି ବଜାରକୁ ଛାଡୁଥିଲେ ସମ୍ପୃକ୍ତ ବେପାରୀ । ତେବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଏବଂ ସ୍ଥାନୀୟ ଥାନାର ଅନତି ଦୂରରେ କିଭଳି ଏବଂ କେଉଁମାନଙ୍କ ଦ୍ବାରା ଏଠାରେ ଏହି ନିଶା କାରଖାନା ଚାଲି ଆସୁଥିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଜନତା ଓ ବୁଦ୍ଧିଜୀବୀ । ଏଥିପାଇଁ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗକୁ ଦାୟୀ କରାଯାଇଛି । ଦୀର୍ଘ ଦିନ ହେବ ପାଣିକୋଇଲି ଥାନା ଅନ୍ତର୍ଗତ ବର୍ତ୍ତମଣା ଗାଁର ଏହି କାରଖାନାଟି ଚାଲିଥିଲା । ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଟକ ଅବକାରୀ ଫ୍ଲାଇଂ ସ୍କ୍ବାର୍ଡ ଆଜି କାରଖାନା ଉପରେ ଅତର୍କିତ ଚଢାଉ କରିଥିଲା । ଘଟଣାସ୍ଥଳରୁ ୨କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ପରିମାଣର ଭାଙ୍ଗଗୁଣ୍ଡ ଓ ସତାବରୀ ମୋଦକ ଜବତ ହୋଇଥିବାବେଳେ ଏକ ଟାଟା ଏସିଇ ସହ ବାଇକ୍ ଜବତ କରାଯାଇଛି।

   Related Posts