ଭଣ୍ଡାରିପୋଖରୀରେ ସରପଂଚଙ୍କ ଗିରଫ ଦାବିରେ ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ

Published By : Prameya-News7 Bureau | October 02, 2018 IST

ଭଣ୍ଡାରିପୋଖରୀ ୨/୧୦ : ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକ କର୍ମଚାରୀଙ୍କ କଲମଛାଡ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଂଚିଛି | ବ୍ଲକ ନିର୍ବାହୀ ଯନ୍ତ୍ରୀଙ୍କୁ ଦଖିଣବାଡ ସରପଂଚ ମାଡ ମାରିବା ଘଟଣାରେ ଆନ୍ଦୋଳନ ତେଜିଛି | ସରପଂଚଙ୍କ ସପକ୍ଷରେ ବାହାରି ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ପ୍ରତିବାଦ ସଭା କରିଛି | ଫଳରେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି | ଭଣ୍ଡାରିପୋଖରୀ ବ୍ଲକ ନିର୍ବାହୀ ଯନ୍ତ୍ରୀ ପଂଚାୟତର ଆକ୍ସନ ପ୍ଲାନକୁ ଅନୁମୋଦନ କରିବାରେ ବିଳମ୍ବ କରିବାରୁ ଦଖିଣବାଡ ସରପଂଚ ବିଜୟ ଶଙ୍କର ମହାନ୍ତି ତାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା | ସରପଂଚ ଏବଂ ତାଙ୍କ ସମର୍ଥକଙ୍କ ନାଁରେ ବ୍ଲକ ଉନ୍ନୟନ ଅଧିକାରୀ ଥାନାରେ ଏତଲା ଦେଇଥିଲେ | ସେପଟେ ଭଣ୍ଡାରିପୋଖରୀରେ ସରପଂଚଙ୍କ ସପକ୍ଷରେ କଂଗ୍ରେସ ଏକ ପ୍ରତିବାଦ ସଭା କରିଛି | ନିର୍ବାହୀ ଯନ୍ତ୍ରୀ ମଦ୍ୟପାନ କରି ଲୋକଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛି କଂଗ୍ରେସ | ଏମିତିକି ନିର୍ବାହୀ ଯନ୍ତ୍ରୀ ଅଫିସ ଭିତରେ ମଦ୍ୟପାନ କରୁଥିବା ଭିଡିଓ ବର୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.