Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଘରେ ପଶିଗଲା ଭାଲୁ, ୩ ଘଣ୍ଟାର କସରତ ପରେ ଉଦ୍ଧାର କଲା ବନ ବିଭାଗ

12/06/2021 at 7:36 AM

ନବରଙ୍ଗପୁର, ୧୨|୦୬ : ୩ଘଣ୍ଟାର ପରିଶ୍ରମ ପରେ ଘର ଭିତରୁ ଉଦ୍ଧାର ହେଲା ଭାଲୁ । ନବରଙ୍ଗପୁର ୱାଇଲଡ୍ ଲାଇଫ୍ ଟିମର ଅପରେସନ୍  ଦ୍ୱାରା ଭାଲୁକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ନବରଙ୍ଗପୁର ଝରିଗାଁ ଥାନା ରଣୀଚଛରା ଗାଁର ଜଗି ସାନ୍ତାଙ୍କ ଘର ଭିତରକୁ ଏକ ଭାଲୁ ପଶିଆସିଥିଲା । ସେହି ସମୟରେ ଘର ଭିତରେ ୪ ଜଣ ଥିଲେ। ଭାଲୁଟି କାଠ ଥିବା ଏକ କୋଠରୀ ଭିତରେ ପଶି ଯାଇଥିଲା । ତେଣୁ ଘର ଲୋକ ଅଳ୍ପକେ ରକ୍ଷା ପାଇଯାଇଥିଲେ ।

ଭାଲୁ ପଶିଥିବା ଘର କବାଟକୁ ବାହାର ପଟୁ ବନ୍ଦ କରି ଦେଇଥିଲେ ପରିବାର ଲୋକେ । ଏ ସମ୍ପର୍କରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ଝରିଗାଁ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ନବରଙ୍ଗପୁର ଡି.ଏଫ.ଓ.ଙ୍କ ନିର୍ଦ୍ଦେଶରେ ଏକ ୭ ଜଣିଆ ଟିମ୍ ଭାଲୁକୁ ଉଦ୍ଧାର କରିବା ଲାଗି ଯନ୍ତା ବସାଇଥିଲେ । ୩ ଘଣ୍ଟା ପରିଶ୍ରମ ପରେ ଭାଲୁଟି ଯନ୍ତାରେ ପଡିଥିଲା । ଉଦ୍ଧାର ଭାଲୁକୁ ଚିକିତ୍ସା ପରେ ଜଙ୍ଗଲରେ ଛଡ଼ା ଯିବ ବୋଲି ବନ ବିଭାଗ କହିଛି ।

   Related Posts