Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି : ପୁରୀ ମାଟିତୋଟାରେ ହେବ ହଜାରେ ରୁମ୍ ବିଶିଷ୍ଟ ‘ଭକ୍ତ ନିବାସ’

20/12/2019 at 3:05 PM

ପୁରୀ ୨୦।୧୨: ମାଟିତୋଟାରେ ହେବ ଭକ୍ତ ନିବାସ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହି ଭକ୍ତ ନିବାସଟି ହଜାରେ କୋଠରୀ ବିଶିଷ୍ଟ ହେବ ବୋଲି ସୂଚନା ମିଳିଛି । ଏହାସହ ମାଟିତୋଟାରେ ସେବାୟକଙ୍କ ପିଲାମାନଙ୍କ ଶିକ୍ଷା ଲାଗି ଗୁରୁକୁଳ ସ୍ଥାପନ କରାଯିବ ।

ନୀତିକାନ୍ତି ନେଇ ଶଙ୍କରାଚାର୍ଯ୍ୟ ଏବଂ ଗଜପତି ମହାରାଜାଙ୍କ ସହ ଆଲୋଚନା କରାଯିବ । ଓଡିଶାରେ ଶ୍ରୀଜଗନ୍ନାଥଙ୍କ ୪୬ ଏକର ଜମି ଠାବ ହୋଇଛି । ସାରା ଦେଶରେ ଶ୍ରୀଜଗନ୍ନାଥଙ୍କ ୬୦ ଏକର ଜମି ଠାବ ହୋଇଥିବା ସୂଚନା ମିଳିଛି । ଶ୍ରୀଜିଉଙ୍କ ନୀତିରେ ମହାବିଭ୍ରାଟ ନେଇ ୩ଜଣ ସେବାୟତଙ୍କୁ ନୋଟିସ୍ ଜାରି କରାଯାଇଛି । ୨୦୧୮ ଡିସେମ୍ବର ୨୭ରେ ମହାପ୍ରଭୁଙ୍କ ନୀତିରେ ହୋଇଥିଲା ମହାବିଭ୍ରାଟ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

ପରିଚାଳନା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ, ଏଏସଆଇ ଏବଂ ଦେବୋତ୍ତର ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

   Related Posts