୨୦୧୯ ନିର୍ବାଚନ ପାଇଁ ଏଆଇସିସି ର ୩ ଟି କମିଟି ଗଠିତ ; ପ୍ରଚାର କମିଟିରେ ଓଡିଶାରୁ ଭକ୍ତ ଚରଣ ଦାସ

Published By : Prameya-News7 Bureau | August 25, 2018 IST

୨୦୧୯ ନିର୍ବାଚନ ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ଆଜି ୩ ଟି ମୁଖ୍ୟ କମିଟି ଗଠନ କରିଛି | ଏହି ୩ ଟି କମିଟି ହେଲା କୋର କମିଟି, ଇସ୍ତାହାର କମିଟି ଏବଂ ପ୍ରଚାର କମିଟି | ପ୍ରଚାର କମିଟିରେ ୧୩ ଜଣ ସଦସ୍ୟ ରହିଛନ୍ତି | ଏଥିରେ ସର୍ବାଗ୍ରେ ରହିଛନ୍ତି ଓଡିଶାର ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ | ଏହି କମିଟିରେ ଥିବା ଅନ୍ୟମାନେ ହେଲେ ପ୍ରବୀଣ ଚକ୍ରବର୍ତ୍ତୀ , ମିଳିନ୍ଦ ଦେଓରା, କେଟକର କୁମାର, ପବନ ଖେଡ଼ା, ଭି.ଦି.ସାଥେସାନ, ଆନନ୍ଦ ଶର୍ମା, ଜୟାଭିର ସିରଗିଲ, ରାଜୀବ ଶୁକ୍ଳା, ଦିବ୍ୟ ସ୍ପନ୍ଦନ ,ରଣଦୀପ ସୁରଜ ବାଳ, ମଣିଷ ତିୱାରୀ ଓ ପ୍ରମୋଦ ତିୱାରୀ | ୨୦୧୯ ପାଇଁ ଗଠିତ କୋର କମିଟିରେ ରହିଛନ୍ତି ୧୯ ଜଣ ସଦସ୍ୟ | ଏଥିରେ ରହିଛନ୍ତି ପି.ଚିଦାମ୍ବରମ, ମନପ୍ରୀତ ବାଦଲ, ସୁସ୍ମିତା ଦେବ, ରାଜୀବ ଗୌଡା, ଭୂପିନ୍ଦର ସିଂ ହୁଡ୍ଡା, ଜୟରାମ ରମେଶ, ସଲମାନ ଖୁର୍ସିଦ , ବିନ୍ଦୁ କ୍ରିଷ୍ଣନ, ଶୈଳଜା କୁମାରୀ , ରଘୁବୀର ମୀନା, ପ୍ରଫେସର ଭାଲ ଚନ୍ଦ୍ର ମୁଙ୍ଗେକର, ମିନାକ୍ଷୀ ନଟରାଜନ , ରଜନୀ ପାଟିଲ, ସାମ ପିଟ୍ରୋଡା , ସଚିନ ରାଓ, ତାମରଧ୍ବଜ ସାହୁ , ମୁକୁଲ ସାଙ୍ଗମା, ଶଶୀ ଥରୁର, ଲଳିତେଶ ତ୍ରିପାଠୀ | ଗଠିତ ୯ ଜଣିଆ କୋର କମିଟିରେ ପି.ଚିଦାମ୍ବରମ ଓ ଜୟରାମ ରମେଶଙ୍କ ସହ ରହିଛନ୍ତି ଏ.କେ.ଅନ୍ତୋନି, ଗୁଲାମ ନବୀ ଆଜାଦ, ରଣଦୀପ ସୁରଜୱାଲା , କେ.ସି.ବେଣୁଗୋପାଳ , ଅଶୋକ ଗେହ୍ଲଟ, ମାଲିକାର୍ଜୁନ ଖାଁର୍ଗେ, ଅହମଦ ପଟେଲ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.