Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଭକ୍ତ ଦେଖି ପାରିବେନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

29/10/2020 at 7:56 PM

ପୁରୀ୨୯/୧୦: ଭକ୍ତ ଦେଖି ପାରିବେନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହେବ। ହେଲେ କୋଭିଡ୍ କଟକଣା ପାଇଁ ସାଧାରଣ ଦର୍ଶନକୁ ବାରଣ କରିଛି ପ୍ରଶାସନ। ତେବେ ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ବେଶ ନୀତି ନିର୍ଘଣ୍ଟ ହୋଇଛି।

ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଲମ ଆଦି ସାରି ଭୋର ୪ଟାରେ ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ। ଏହି ବେଶରେ ଠାକୁରମାନଙ୍କୁ ସଜେଇବାକୁ ପ୍ରାୟ ୩ ଘଣ୍ଟା ଲାଗିବ ଅର୍ଥାତ୍ ସକାଳ ୭ଟାରେ ବେଶ ଶେଷ ହେବ।

   Related Posts