ନିର୍ବାଚନ ଲଢିବେ ନାହିଁ ଭକ୍ତ ଦାସ- ରାଜ୍ୟ ବିଭାଜନ ପାଇଁ କରିବେ ଆନ୍ଦୋଳନ

Published By : Prameya-News7 Bureau | October 02, 2019 IST

ଭୁବନେଶ୍ୱର/ଭବାନୀପାଟଣା ୦୨।୧୦- ଗାନ୍ଧି ଜୟନ୍ତୀରେ ସାରା ଦେଶ ଏକ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ପଦଯାତ୍ରା କରି ରାଜ୍ୟକୁ ଭାଗ ଭାଗ କରିବା କଥା ଉଠାଇଛନ୍ତି।  ପଶ୍ଚିମ ଓଡ଼ିଶା ବର୍ଣ୍ଣବୈଷମ୍ୟତା ଶିକାର ହୋଇଥିବା କଥା କହି ଭକ୍ତ ଦାସ ସିଧା ସଳଖ ଧମକ ଦେଇଛନ୍ତି  ମହାକୋଶଳ ଆନ୍ଦୋଳନ ଆରମ୍ଭ ହେବ। ଭକ୍ତଙ୍କର ଏଭଳି ରଣହୁଙ୍କାରକୁ ବିଜେପି ଓ ବିଜେଡି ବ୍ୟକ୍ତିଗତ ରାଜନୈତିକ ଫାଇଦା ଟ୍ୟାଗ ଲଗାଇଛନ୍ତି ।

{"id":165495}

ଆଡ଼େ କହୁଛନ୍ତି ନିର୍ବାଚନ ଲଢ଼ିବିନି, ସାଡ଼େ କିନ୍ତୁ ରାଜ୍ୟ ବିଭାଜନର ଧମକ। ସେ ପୁଣି ଗାନ୍ଧି ଜୟନ୍ତୀ ଅବସରରେ। ଦେଶର ଯେଉଁଠି ଯେଉଁଠି ବିବାଦର କେଁ ରହିଛି ସେସବୁକୁ ଆଣି ସିଧା ଧମକ ଦେଇଛନ୍ତି। ଯଦି ଏମିତି ନ ହୁଏ ତେବେ ମହାକୋଶଳ ଆନ୍ଦୋଳନ କରିବେ। ଭବାନୀ ପାଟଣାରେ ସାମ୍ବାଦିକ ସମ୍ମଳନୀ କରି ଆଉ ସଜେଷ୍ଟ କରିଛନ୍ତି ପଶ୍ଚିମ ଓଡ଼ିଶାକୁ ଗୋର୍ଖାଲ୍ୟାଣ୍ଡ ଭଳି ଅଟୋନୋମସ କାଉନସିଲ କରାଯାଉ ।  ମହାରାଷ୍ଟ୍ରର ନାଗପୁର ଭଳି ପଶ୍ଚିମ ଓଡ଼ିଶାରେ ମିନି କ୍ୟାପିଟାଲ । ଦେଶ ସାରା ଗାନ୍ଧିଜୀଙ୍କୁ ନେଇ ଏକ ହୋଇଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ଭକ୍ତଦାସ କିନ୍ତୁ  ବର୍ଣ୍ଣବୈଷମ୍ୟତା କଥା ଉଠାଇ ରାଜ୍ୟକୁ ଭାଗ ଭାଗ କରିବା କଥା କହିଛନ୍ତି।

{"id":165496}

ଭକ୍ତ ଦାସ ଆଉ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ। କିନ୍ତୁ ବିଧାନସଭା ନିର୍ବାଚନ ମନ ଅଛି। ଯେଉଁଥିପାଇଁ ପଶ୍ଚିମରୁ ଦକ୍ଷିଣ ଓଡ଼ିଶା ଯାଏଁ ପଦଯାତ୍ରା କରିବେ। ଆଞ୍ଚଳିକ ବୈଷମ୍ୟ ସହ ସ୍ବତନ୍ତ୍ର ରାଜ୍ୟ ଗଠନ ଦାବି କରି ଆନ୍ଦୋଳନକୁ ଓହ୍ଲାଇବେ। ନୂଆପଡ଼ାରୁ ଖଡ଼ିଆଳ ୨୬ କିଲୋମିଟର ପଦଯାତ୍ର କରି ଏହାର ଝଲକ ଦେଖାଇଛନ୍ତି। ସେପଟେ ବିଜେପି ଓ କଂଗ୍ରେସ କହିଛନ୍ତି ଭକ୍ତଙ୍କର ଏ ଭିତରେ ରହିଛି ରାଜନୈତିକ ଅଭିସନ୍ଧି। ଆଉ ପିସିସି ସଭାପତି କହିଛନ୍ତି ସେ ଏନେଇ କିଛି ଜାଣନ୍ତିନି।  …

{"id":165497}

ଭକ୍ତଦାସ ଏବେ ମହାକୋଶଳ କଥା କହୁଛନ୍ତି ମାନେ ତାଙ୍କ ଭିଜନରେ ଏବେ କୋଶଳ ସାଙ୍ଗରେ ଦକ୍ଷିଣ ଓଡ଼ିଶା ବି ଅଛି। ଆଉ ଏସବୁ କୁ ମିଶାଇ ସେ ତାଙ୍କର ବିଧାନସଭା ମିଶନ ଆରମ୍ଭ କରୁନାହାନ୍ତି ତ।

{"id":165498}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.