ଆଜି ଭାଇ ଜିଉନ୍ତିଆ ପର୍ବ : ସୁବର୍ଣ୍ଣପୁରରେ ନିଜେ ମା' ଦୁର୍ଗତନାଶିନୀ ଦୁର୍ଗା ମଧ୍ୟ ରଖନ୍ତି ବ୍ରତ, ଜାଣନ୍ତୁ ଏହି ନିଆରା ପରମ୍ପରା ସମ୍ପର୍କରେ…

Published By : Prameya-News7 Bureau | October 06, 2019 IST

ସୁବର୍ଣ୍ଣପୁର ୬|୧୦: ଆଜି ପାଳନ ହେଉଛି ଭାଇ ଜିଉନ୍ତିଆ ପର୍ବ  । ହେଲେ ସୁବର୍ଣ୍ଣପୁରରେ ଭାଇ ଜିଉନ୍ତିଆ ପର୍ବକୁ ନେଇ ରହିଛି ଏକ ନିଆରା ପରଂପରା  । ସ୍ବୟଂ ଦେବୀ ମା ଦୁର୍ଗା ନିଜ ଦେବ ସ୍ବରୁପ ଭାଇ ମହାବଳୀ ପାଇଁ ଭାଇ ଜିଉନ୍ତିଆ ବ୍ରତ ପାଳନ କରନ୍ତି  । ଦୁର୍ଗାଦେବୀ ଭାଇ ଜିଉନ୍ତିଆ ପାଇଁ ମା ଖମ୍ବେଶ୍ବରୀ ମନ୍ଦିରକୁ ବିଜେ କରିବା ପରେ ଭଉଣୀମାନେ ଏହି ଓଷା ପାଳନ କରିଛନ୍ତି ।

{"id":166855}

ଭାଇ ଜିଉନ୍ତିଆ ଓଷା  । ଭାଇର ମଂଗଳ ତଥା ଦୀର୍ଘାୟୁ କାମନା କରି ଭଉଣୀମାନେ ଏହି ଓଷା ପାଳନ କରିଥାନ୍ତି  । ସୁବର୍ଣ୍ଣପୁରରେ ଦେବୀ ମା ଦୁର୍ଗା ନିଜ ଦେବ ସ୍ବରୁପ ଭାଇ ମହାବଳୀଙ୍କ ପାଇଁ ଏହି ଓଷା କରିବାର ପରଂପରା ରହିଛି  । ଭାଇ- ଭଉଣୀ ସଂର୍ପକର ପର୍ବ ଭାଇ ଜିଉଁତିଆ ଓଷା ପାଳନ ହୋଇଛି ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ।

{"id":166856}

ଏଥିପାଇଁ ଦେଖିବାକୁ ମିଳୁଛି ପୁର ପଲ୍ଲୀରେ ଉତ୍ସାହ ଓ ଉଦ୍ଦୀପନା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଭାଇ ଜିଉଁତିଆ ଉଷା ପାଳିତ ହୋଇଛି। ଭଉଣୀ ମାନେ ଭାଇ ମାନଙ୍କର ମଙ୍ଗଳ ଓ ଦୀର୍ଘ ଜୀବନ ଶୁଭକାମନା କରି ଏହି ବ୍ରତ ରଖିଛନ୍ତି  । ଦିନ ତମାମ୍ ନିର୍ଜଳା ଉପବାସ ରହି ଏହି ଓଷା ପାଳନ କରିଥାନ୍ତି  । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପୁରପଲ୍ଲିରେ ପଶ୍ଚିମ ଓଡିଶାର ପ୍ରମୁଖ ପର୍ବ ଭାଇ ଜିଉଁତିଆ ଧୁମଧାମରେ ପାଲିତ ହୋଇଛି ।

{"id":166857}

ଦେବୀ ମା କନକ ଦୁର୍ଗାଙ୍କ ଅଷ୍ଟମୀ ପୂଜା ପରେ ସାରା ସୁବର୍ଣ୍ଣପୁର ସହରର ଭଉଣୀମାନେ ଏହି ଭାଇ ଜିଉନ୍ତିଆ ପର୍ବ ପାଳନ କରିଥାନ୍ତି । ଦିନ ସାରା ନିର୍ଜଳା ଉପବାସ ରହି ସଂଧ୍ୟାରେ ଧୂପ ଦୀପ ନୈବେଦ୍ୟ ଦୁର୍ଗା ଦେବୀଙ୍କ ପାଖରେ ଚଢାଇଥାନ୍ତି  ।

{"id":166858}

ଭାଇର ମଂଗଳକାମନା କରି ପ୍ରତିଟି ଭାଇ ପାଇଁ ୧୦୮ ଦୁବ ଓ ଅକ୍ଷତ ବିଡାକୁ ବିଭିନ୍ନ ପ୍ରକାରର ଫଳ ଓ ପୁଲ ସହିତ ଜିଉନ୍ତିଆ ଦେଇ ସମର୍ପିତ କରିଥାନ୍ତି ଦୁର୍ଗା ଦେବୀଙ୍କ ପାଖରେ  । ଘରକୁ ଆସି ଭଉଣୀ ମାନେ ଜିଉନ୍ତିଆକୁ ଧରି ଭାଇମାନଙ୍କୁ ବନ୍ଦାପନା କରିଛନ୍ତି ଓ ଭାଇ ମାନଙ୍କର ଦୀର୍ଘ ଜୀବନ ଶୁଭକାମନା କରି ଜିଉନ୍ତିଆକୁ ଭାଇମାନଙ୍କର ହାତରେ ବାନ୍ଧିଛନ୍ତି   । 

{"id":166859}

ଏହି ପର୍ବରେ ରାଜା ରାଜୁଡା ଅମଳରୁ ସୁବର୍ଣ୍ମପୁରର ଖମ୍ବେଶ୍ବରୀ ମନ୍ଦିରର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଭଉଣୀମାନେ ଏଠାରେ ଯେ ଖାଲି ଭାଇ ଜିଉନ୍ତିଆ ଓଷା ପାଳନ କରନ୍ତି ତାହା ନୁହେଁ ଦେବୀମା କନକ ଦୁର୍ଗାଙ୍କ ଆଶିଷ ଭିକ୍ଷା କରିଥାନ୍ତି ନିଜ ପରିବାରର ସୁଖ ସମୃଦ୍ଧି ପାଇଁ ଦେବୀ ମା ଦୁର୍ଗା ଭାଇ ଜିଉନ୍ତିଆ ପର୍ବ ପାଳନ କରିବା ଖୁବ ପ୍ରାଚୀନ ଯାହା କେବଳ ସୁବର୍ଣ୍ଣପୁରରେ ହିଁ ଦେଖିବାକୁ ମିଳେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.