ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
28/11/2020 at 5:05 PM

ଉଦଳା୨୮/୧୧: ଜମିବାଡ଼ିକୁ କେନ୍ଦ୍ର କରି ଜଘନ୍ୟ ହତ୍ୟାକାଣ୍ଡ। ସାବତ ଭାଇ ଏବଂ ପୁତୁରାକୁ ବିଭତ୍ସ ଭାବେ ହତ୍ୟା କରିଛି ଭାଇ। କପ୍ତିପଦା ଥାନା ଛାଞ୍ଚୁଣିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ସାବତ ଭାଇ ଘନଶ୍ୟାମ ହେମ୍ବ୍ରମକୁ ଗତ ବୁଧବାର ଦିନ ଖଇରା ଥାନା ଅଞ୍ଚଳରେ ହତ୍ୟା କରିଥିଲା। ପରେ ଗତକାଲି ଅର୍ଥାତ ଶୁକ୍ରବାର ସେ ନିଜ ପୁତୁରା କୁଆଁର ହେମ୍ବ୍ରମଙ୍କୁ ହତ୍ୟା କରିଛି। ଅଭିଯୁକ୍ତ ହେଲା ସୁଶୀଲ ହେମ୍ବ୍ରମ।
ତାକୁ କପ୍ତିପଦା ପୋଲିସ ଗିରଫ କରିଛି। ଗ୍ରାମ ନିକଟସ୍ଥ ଜଙ୍ଗଲରୁ ପୁତୁରାର ମୃତଦେହ ମିଳିଛି। ଏହି ଘଟଣାରେ ହତ୍ୟାକାରୀକୁ ଗରିଫ କରି ଅଧିକ ଖୋଳତାଡ଼ ଆରମ୍ଭ କରୁଛି ପୋଲିସ୍। ଏହି ବର୍ବର ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
Related Posts
ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
25 January 2021
ଓଲଟିଲା ଦଶଚକିଆ ଟ୍ରକ, ଯାତାୟତ ବାଧାପ୍ରାପ୍ତ
25 January 2021