ଅନଲାଇନ୍‌ରେ ଭାଇ ହାତରେ ରାକ୍ଷୀ ବାନ୍ଧିଲା ଭଉଣୀ: ଇଣ୍ଟରନେଟ୍‌ ଯୁଗରେ ବାଧକ ହେଲାନି ଜେଲ୍‌ ପାଚେରୀ

Published By : Prameya-News7 Bureau | August 03, 2020 IST

ଜୟପୁର୩/୮: ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀର ସ୍ନେହ ଆଗର ଫିକା ପଡିଲା କରୋନା। କରୋନାର ଭୟା ବହତା ଭିତରେ ଜେଲ୍‌ର ଚାରି କାନ୍ଥ ମଧ୍ୟରେ ବନ୍ଦୀ ଥିବା ଭାଇକୁ ଅନଲାଇନରେ ଭିଡିଓ କଲ ମାଧ୍ୟମରେ ରାକ୍ଷୀ ବାନ୍ଧିଛି ଭଉଣୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଉପ କାରାଗାରରେ। ଏଥିପାଇଁ  ସେଠାରେ ଆଜି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

{"id":309319,"sizeSlug":"large"}

ଗୋଟିଏ ପଟେ ଭାଇ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ଓ ଅନ୍ୟ ପଟେ କରୋନା କଟକଣା। ତଥାପି ଆଜିର ପବିତ୍ର ଦିନରେ ଭାଇ - ଭଉଣୀଙ୍କ ମଧ୍ୟରେ ଯେପରି ଭାବର ଆଦାନ ପ୍ରଦାନ ହୋଇ ପାରିବ। ସେଥିପାଇଁ ବ୍ୟବସ୍ଥା ଜେଲ୍‌ କର୍ତ୍ତୁପକ୍ଷଙ୍କ ତରଫରୁ କରାଯାଇଥିଲା। ଏଥିପାଇଁ ଜେଲ ବାହାରେ ଲ୍ୟାପଟପ୍‌ ଓ କମ୍ପ୍ୟୁଟର ମାଧ୍ୟମରେ ଭିଡ଼ିଓ କଲର ବ୍ୟବସ୍ଥା କରାଯାଇଥିଲା। ଆଉ ଭିଡିଓ କଲରେ ଭାଇ ଭଉଣୀକୁ ଦେଖିବା ସହ ମିଠା ଖାଇ ରାକ୍ଷୀ ବାନ୍ଧିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.