ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କଠୁ ମଧ୍ୟ ଅଧିକ ସୁନ୍ଦର ତାଙ୍କ ଝିଅ ଅବନ୍ତିକା, ସିନେମା ଜଗତରେ ପାଦ ଦେଲେ କରିବେ ଧମାକା

Published By : Prameya-News7 Bureau | March 28, 2019 IST

wp:heading {"level":5}
ମୁମ୍ୱାଇ୨୭|୩: ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ ଏବେ ପରଦାରେ ଦେଖିବାକୁ ମିଳୁନାହାନ୍ତି ସତ କିନ୍ତୁ ଆଜି ମଧ୍ୟ ସେ ତାଙ୍କ ସୌନ୍ଦର୍ଯ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। “ମୈନେ ପ୍ୟାର କିୟା” ଚଳଚ୍ଚିତ୍ରରେ ଅଭିନୟ କରିଲା ପରେ ରାତା ରାତି ସେ ଷ୍ଟାର ହୋଇଯାଇଥିଲେ। ନିଜ ଡେବ୍ୟୁ ଫିଲ୍ମରୁ ସେ ବଲିଉଡରେ ଧମାଲ କରିଥିଲେ। “ମୈନେ ପ୍ୟାର କିୟା” ପିଲ୍ମରେ ତାଙ୍କ ଅଭିନୟ ପାଇଁ ଫିଲ୍ମଫେଆରରେ ବେଷ୍ଟ ଫିମେଲ ଆୱାର୍ଡ ମଧ୍ୟ ହାସଲ କରିଥିଲେ।
/wp:heading {"id":97683}
wp:heading {"level":5}
୯୦ ଦଶକରେ ଭାଗ୍ୟଶ୍ରୀ ସୁପରଷ୍ଟାରଙ୍କ ଲିଷ୍ଟରେ ସାମିଲ ହୋଇଥିଲେ। ଏହି ଚଳଚ୍ଚିତ୍ର ପରେ ସେ ଅନେକ ଫିଲ୍ମ କରିଥିଲେ। ବୁଲବୁଲ, ତ୍ୟାଗି, ପାୟଲ, ଘର ଆୟା ମେରା ପରଦେଶୀ ଭଳି ଫିଲ୍ମରେ ଭାଗ୍ୟଶ୍ରୀ ଅଭିନୟ କରିଛନ୍ତି। କିନ୍ତୁ “ମୈନେ ପ୍ୟାର କିୟା” ଚଳଚ୍ଚିତ୍ରରେ ମିଳିଥିବା ସଫଳତା ତାଙ୍କୁ ଅନ୍ୟ କେଉଁ ଫିଲ୍ମରୁ ମିଳିନଥିଲା।
/wp:heading {"id":97684}
wp:heading {"level":5}
ଭାଗ୍ୟଶ୍ରୀଙ୍କ ବିଷୟରେ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କ ଝିଅ ବିଷୟରେ ଅଧିକାଂଶ ଲୋକେ ଜାଣିନାହାନ୍ତି।  ମାଁଙ୍କଠୁ ଅଧିକ ସୁନ୍ଦର ଦେଖାଯାଉଥିବା ଝିଅ ବି କିଛି କମ ନୁହନ୍ତି । ଏବେ ସେ ମଧ୍ୟ ବେଶ ଚର୍ଚ୍ଚାରେ  ଅଛନ୍ତି। ଏବେ କିଛି ଦିନ ତଳେ ଭାଗ୍ୟଶ୍ରୀଙ୍କ ଝିଅ ନିଜ ମାଁଙ୍କ ୫୦ତମ ଜନ୍ମଦିନ ପାଳନ କରିଥିଲେ। ଭାଗ୍ୟଶ୍ରୀଙ୍କ ଝିଅଙ୍କ ନାଁ ଅବନ୍ତିକା । ତାଙ୍କୁ ଏବେ ୨୧ ବର୍ଷ। ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁଙ୍କୁ ୨୩ ବର୍ଷ।
/wp:heading {"id":97685}
wp:heading {"level":5}
ସୋସିଆଲ ମିଡିଆରେ ଅବନ୍ତିକାଙ୍କ ଫଟୋ ଦେଖି ତାଙ୍କ ସୌନ୍ଦର୍ଯ୍ୟର ବେଶ ପ୍ରଶଂସା ହୋଇଛି। କାରଣ ଅବନ୍ତିକା ତାଙ୍କ ମାଁଙ୍କଠୁ ବହୁଗୁଣ ଅଧିକ ସୁନ୍ଦରୀ। ରିପୋର୍ଟ ଅନୁସାରେ ଅବନ୍ତିକା ମଧ୍ୟ ବଲିଉଡରେ ଖୁବ୍‌ ଶୀଘ୍ର ପାଦ ଦେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ, ଯଦି ସେ ପରଦାରେ ଆସିବେ ତାହେଲେ କିଛି ଷ୍ଟାରକିଡ୍‌ସଙ୍କର ଛୁଟି ହୋଇଯିବ।
/wp:heading {"id":97686}
wp:heading {"level":5}
ଅବନ୍ତିକା ତାଙ୍କ ମାଁଙ୍କଠୁ ଲମ୍ୱା ଓ ହଟ୍‌ । ସେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ନିଜ ଫଟୋ ସେୟାର କରନ୍ତି। ମାଁ ଝିଅଙ୍କୁ ଏକା ସହ ଦେଖିଲେ ବିଶ୍ୱାସ କରିବା କଷ୍ଟକର ଯେ ଦୁହେଁ ମାଁ ଝିଅ ବୋଲି। ଆଜି ମଧ୍ୟ ଭାଗ୍ୟଶ୍ରୀ ନିଜ ଫିଟନେସ୍‌ର ଧ୍ୟାନ ରଖନ୍ତି।
/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.