Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ସଲମାନଙ୍କ ସହ ଫଟୋସୁଟ୍ ପାଇଁ ଫଟୋଗ୍ରାଫରଙ୍କ ଅନୁରୋଧ ଶୁଣି ଡରି ଯାଇଥିଲେ ମୈନେ ପ୍ୟାର କିୟାର ଅଭିନେତ୍ରୀ ଭାଗ୍ୟଶ୍ରୀ ,ବହୁତ ଦିନ ପରେ ଖୋଲିଲେ ଗୁମର

27/05/2020 at 6:38 PM

ମୁମ୍ବାଇ ୨୭/୫: ସଲମାନ୍ ଖାନ୍ ଏବଂ ଭାଗ୍ୟଶ୍ରୀ ଫିଲ୍ମ ମୈନେ ପ୍ୟାର କିୟାରେ ଏକାଠି କାମ କରିଥିଲେ। ଉଭୟଙ୍କ ଫିଲ୍ମ ସୁପରହିଟ୍ ହୋଇଥିଲା। ଏବେ ଏତେ ବର୍ଷ ପରେ ଭାଗ୍ୟଶ୍ରୀ ସଲମାନଙ୍କ ସହ ଏକ ଫଟୋଶୁଟକୁ ନେଇ ବଡ଼ ଖୁଲାସା କରିଛନ୍ତି।

ଭାଗ୍ୟଶ୍ରୀ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଜଣେ ଲୋକପ୍ରିୟ ଫଟୋଗ୍ରାଫର ଥିଲେ ଯିଏ ଏବେ ଆଉ ନାହାନ୍ତି। ସେ ତାଙ୍କର ଏବଂ ସଲମାନଙ୍କ ସହ କିଛି ହଟ୍ ଫଟୋ ଉଠାଇବାକୁ ଚାହୁଁଥିଲେ। ସେ ସଲମାନଙ୍କୁ ନେଇ ସାଇଡକୁ ଗଲେ ଏବଂ କହିଲେ ସେ ଯେତେବେଳେ କ୍ୟାମେରା ସେଟଅପ୍ କରିବେ ସେତେବେଳେ ସଲମାନ ଭାଗ୍ୟଶ୍ରୀଙ୍କୁ ଧରି ସ୍ମୁଚ୍ କରିବେ।

ଫଟୋଗ୍ରାଫରଙ୍କ କଥା ଶୁଣି ଭାଗ୍ୟଶ୍ରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ବହୁତ ଡରି ଯାଇଥିଲେ,କିନ୍ତୁ ସେ ସଲମାନଙ୍କ କଥା ଶୁଣି ଆଶ୍ବସ୍ତି ହୋଇଥିଲେ।

ଭାଗ୍ୟଶ୍ରୀ କହିଥିଲେ ଯେ ସଲମାନ୍ ତାଙ୍କୁ ଏପରି କରିବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ ସେ ଭାଗ୍ୟଶ୍ରୀଙ୍କ ଅନୁମତି ବିନା ଏପରି କିଛି କରିବେ ନାହିଁ। ସେତେବେଳେ ତାଙ୍କୁ ଲାଗିଥିଲା ଯେ ସଲମାନଙ୍କ ସହ କାମ କରି ସେ ସୁରକ୍ଷିତ ଅଛନ୍ତି।

ମୈନେ ପ୍ୟାର କିୟା ହିଟ୍ ହେବା ପରେ ମଧ୍ୟ ଭାଗ୍ୟଶ୍ରୀ ନିଜ କ୍ୟାରିୟର ଛାଡ଼ି ବିବାହ କରିଥିଲେ ଏବଂ ନିଜ ପରିବାର ସହ ବ୍ୟସ୍ତ ହୋଇଯାଇଥିଲେ। ବିବାହ ପରେ ଫିଲ୍ମ ଛାଡ଼ି ଦେଇଥିଲେ।

ଭାଗ୍ୟଶ୍ରୀ ଏହାକୁ ନେଇ କହିଥିଲେ ଯେ ସେ ତାଙ୍କ ସ୍ବାମୀଙ୍କୁ ବହୁତ ଭଲ ପାଉଥିଲେ ଏବଂ ବିବାହ ପରେ ଅଭିମନ୍ୟୁ ହୋଇଥିଲେ ଏବଂ ତାଙ୍କୁ ଅଭିମନ୍ୟୁଙ୍କ ସହ ସମୟ ବିତାଇବାର ଥିଲା। ତାଙ୍କ ପାଖକୁ ଅଫର ଆସୁଥିଲା କିନ୍ତୁ ସେ ମନା କରି ଦେଉଥିଲେ। ତାଙ୍କୁ ଏଥିପାଇଁ କୌଣସି ପଶ୍ଚାତାପ ନାହିଁ। ସେ ନିଜ ପରିବାରକୁ ଦେଖନ୍ତି ତ ତାଙ୍କୁ ବହୁତ ଗର୍ବ ଅନୁଭବ ହୋଇଥାଏ।

ଲକଡାଉନ୍ ପରେ ଭାଗ୍ୟଶ୍ରୀ,ପ୍ରଭାସଙ୍କ ସହ ଏକ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମର ନାଁ ଏଥିନେଇ କୌଣସି ଆନାଉନ୍ସମେଣ୍ଟ ହୋଇନାହିଁ।

ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦାସାନି ଫିଲ୍ମ ମର୍ଦ କୋ ଦର୍ଦ ନହିଁ ହୋତାରୁ ବଲିଉଡକୁ ଡେବ୍ୟୁ କରିଥିଲେ। ଏବେ ସେ ଶିଳ୍ପା ସେଟ୍ଟୀଙ୍କ ଫିଲ୍ମ ‘ନିକମ୍ମା’ରେ ନଜର ଆସିବେ।

   Related Posts