Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କାହିଁକି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଗାଏବ ହୋଇ ଯାଇଥିଲେ ଭାଗ୍ୟଶ୍ରୀ, ଖୁଲାସା କଲେ ଅଭିନେତ୍ରୀ…

7/11/2021 at 11:53 AM

ମୁମ୍ବାଇ ୦୭।୧୧ : ବଲିଉଡ୍‌ର ଅଭିନେତ୍ରୀ ଭାଗ୍ୟଶ୍ରୀ ପୁଣି ଥରେ ବଡ ପରଦାରୁ ଫେରିଛନ୍ତି । ପ୍ରାୟତଃ ଏକ ଦଶକର ପରେ ସେ ପରଦାରେ ନଜର ଆସିଛନ୍ତି। ହେଲେ ତାଙ୍କୁ ଫିଲ୍ମ ଥଲାଇଭାରେ ମଧ୍ୟ  ଦେଖିବାକୁ ମିଳିଥିଲା । ୨୦୧୦ରେ ଭାଗ୍ୟଶ୍ରୀଙ୍କୁ ଶେଷ ଥର ପାଇଁ ରେଡ୍‌ ଅଲର୍ଟ, ଦବିଦଇନ ରେ ରେ ଦେଖିବାକୁ ମିଳିଥିଲା । ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ସମସ୍ୟା କାରଣ ଭାଗ୍ୟଶ୍ରୀ ନ୍ୟୁଟ୍ରିଶନ ଓ ଫିଟ୍‌ନେସ ଉପରେ ପାଠ ପଢିଥିଲେ । ହେଲେ ଏକ ସାକ୍ଷାତକାରରେ ଭାଗ୍ୟଶ୍ରୀ କହିଛନ୍ତି କି ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୁରେଇ କହିଁକୁ ରଖିଥିଲେ ।

ତେବେ ଭାଗ୍ୟଶ୍ରୀ କହିଛନ୍ତି କି ୨୦୧୪-୧୫ରେ ଲୋଟ୍ ଆଓ ନିଶାର ଶୁଟିଂ ଚାଲୁଥିଲା । ଏହି ସମୟରେ ନିଜ ହାତକୁ ମୁଭ୍‌ ଅର୍ଥାତ୍‌ ବୁଲାଇ ପାରୁନଥିଲି। ପାଖା ପାଖି ଏହା  ବର୍ଷେ ପରେ ଠିକ୍‌ ହୋଇଥିଲା । ସ୍ଟେଫର୍ଡ ୟୁନିଭର୍ସିଟିରେ ନ୍ୟୁଟ୍ରିଶନ ଓ ଫିଟ୍‌ନେସର ପାଠ ପଢିଥିଲେ ।  ଏହା ପରେ ଡକ୍ଟର ସର୍ଜରୀ ପାଇଁ କହିଥିଲେ । କିନ୍ତୁ ଏହା ମୁଁ ନିଜେ ହିଁ ଠିକ୍‌ କରିଥିଲି । ଯେଉଁଥିପାଇଁ ଏହା ଡକ୍ଟର ପାଇଁ ବହୁତ ଶକ୍‌ର ବିଷୟ ଥିଲା । ଯେଉଁଥି ପାଇଁ ସେ ବହୁ ବର୍ଷ ଧରି ଇଣ୍ଡଷ୍ଟ୍ରିରୁ ଦୁରେଇ ରହିଥିଲେ ।

୧୯୮୯ରେ ରିଲିଜ୍‌ ହୋଇଥିବା ଫିଲ୍ମ ମେନେ ପ୍ୟାର କିୟା ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିଲା । କାହିଁକି ନା ଏହି ଫିଲ୍ମରେ ଭାଗ୍ୟଶ୍ରୀଙ୍କ ପିଲାଳିଆମି ଗୁଣ ତାଙ୍କ ସୁନ୍ଦର ଚେହେରା , ଯୋଗୁଁ ହିଟ୍ ରହିଥିଲା । ଏହି ଫିଲ୍ମ ଜରିଆର ଇଣ୍ଡଷ୍ଟ୍ରୀରେ ପାଦ ଥାପିଥିଲେ । ଏହା ବ୍ୟତୀତ ସେ ତାଙ୍କର ପ୍ରଥମ ଫିଲ୍ମରେ  ବେଷ୍ଟ ଡେବ୍ୟୁର ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ । ଠିକ୍‌ ୩୨ ବର୍ଷ ପୂର୍ବରୁ ଯେମିତି ଥିଲେ ଆଜି ବି ମଧ୍ୟ ସେହି ଭଳି ଦେଖା ଯାଉଛନ୍ତି ।

   Related Posts