Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ବିବାଦରେ ସାଇକେଲ୍ ଗାର୍ଲ ଜ୍ୟୋତି : ଫିଲ୍ମ କମ୍ପାନୀ ପଠାଇଛି ଲିଗାଲ୍ ନୋଟିସ୍

3/07/2020 at 2:52 PM

ଦରଭଙ୍ଗା ୦୩/୦୭ : ନିଜ ପିତାଙ୍କୁ ସାଇକେଲରେ ବସାଇ ଗୁରୁଃଗ୍ରାମରୁ ଦରଭଙ୍ଗା ୧୨୦୦ କିମି ସାଇକେଲ ଯାତ୍ରା କରି ସମସ୍ତଙ୍କ ମନ ଜିତିଥିଲେ | କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କୁ ଖୁବ ପ୍ରଶଂସା କରାଯାଇଥିଲା | ଜ୍ୟୋତିଙ୍କ ସଂଘର୍ଷରୁ ପ୍ରେରିତ ହୋଇ ଫିଲ୍ମ ନିର୍ମାତା ବିନୋଦ କାପଡ଼ି ଭାଗିରଥି ଫିଲ୍ମ ବ୍ୟାନର ଜ୍ୟୋତିଙ୍କ କାହାଣୀ ଉପରେ ଫିଲ୍ମ ତିଆରି କରିବାକୁ ଯୋଜନା କରିଛନ୍ତି | ଏହି ମାମଲାରେ ଜ୍ୟୋତିଙ୍କ ପିତାଙ୍କୁ ମୋହନ ପାଶୱାନଙ୍କୁ ମୁମ୍ବାଇର ଏକ ୱେବ୍ ସିରିଜ୍ ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କମ୍ପାନୀ ଲିଗାଲ ନୋଟିସ ପଠାଇଛନ୍ତି | କଣ୍ଟ୍ରାକ୍ଟ ଭାଙ୍ଗିଥିବା ଅଭିଯୋଗରେ କମ୍ପାନୀ ଜ୍ୟୋତିଙ୍କ ପିତାଙ୍କୁ ଲିଗାଲ ନୋଟିସ ପଠାଇଛି |

ମେ ୨୭ ତାରିଖରେ ଦରଭଙ୍ଗାର ସାଇକେଲ ଗାର୍ଲ ଜ୍ୟୋତିଙ୍କ ପିତା ମୋହନ ପାଶୱାନ ଭାଗିରଥି ଫିଲ୍ମ କମ୍ପାନୀ ସହ ଫିଲ୍ମ କରିବାକୁ କଣ୍ଟ୍ରାକ୍ଟ କରିଥିଲେ | ସୂଚନା ଅନୁଯାୟୀ, ସେଥିପାଇଁ କମ୍ପାନୀ ଜ୍ୟୋତିଙ୍କ ପିତାଙ୍କୁ ୨ ଲକ୍ଷ ୫୧ ହଜାର ଟଙ୍କା ଦେବାକୁ କଣ୍ଟ୍ରାକ୍ଟରେ ଦସ୍ତଖତ କରିଥିଲେ | ଏହାର ପ୍ରଥମ କିସ୍ତି ହିସାବରେ ଜ୍ୟୋତିଙ୍କ ପିତାଙ୍କ ଖାତାକୁ ୫୧ ହଜାର ଟଙ୍କା ପଠାଇ ଦିଆଯାଇଥିଲା | ଏହାସହ ପ୍ରାଥମିକ ଡକ୍ୟୁମେଣ୍ଟରେ ଦସ୍ତଖତ କରି ଫିଲ୍ମ ତିଆରି ପାଇଁ ମୋହନ ପାଶୱାନ ଫିଲ୍ମ ନିର୍ମାତା ବିନୋଦ କାପଡ଼ିଙ୍କୁ ଅଧିକାର ଦେଇଥିଲେ | କିନ୍ତୁ ଏବେ ମିଳିଥିବା ତାଜା ଖବର ଅନୁଯାୟୀ, ଭାଗିରଥି ଫିଲ୍ମ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ, ମୋହନ ପାଶୱାନ ସାଇନେ କୃଷ୍ଣ ସହିତ ମଧ୍ୟ ଫିଲ୍ମ ସାଇନେ କରିଛନ୍ତି ଯାହା ଅବୈଧ ଏବଂ ବେଆଇନ | ପ୍ରେସ ବିଜ୍ଞପ୍ତିରେ ଭାଗିରଥି ଫିଲ୍ମ କହିଛି ଯେ, ବିନୋଦ କାପଡ଼ି ଦରଭଙ୍ଗା ଯାଇ ନିଜେ ଜ୍ୟୋତିଙ୍କୁ ଦେଖା କରିବାକୁ ଚାହୁଁଥିଲେ କିନ୍ତୁ ଲକଡାଉନେ ଯୋଗୁଁ ତାହା ସମ୍ଭବ ହୋଇନଥିଲା | ପରେ ଜ୍ୟୋତିଙ୍କ ପିତା କହିଥିଲେ ଯେ ବାହାଘରରେ ବ୍ୟସ୍ତ ଅଛନ୍ତି | ଏହାପରେ ପୁଣି ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ସେ କହିଥିଲେ ଯେ ସେ ଲଖନଉ ଯାଇଛନ୍ତି | ଫଳରେ ବିନୋଦ କାପଡ଼ି ତାଙ୍କୁ ଦେଖା କରିପାରିନଥିଲେ | ଏବେ କିନ୍ତୁ ସେ ଜାଣିବାକୁ ପାଇଛନ୍ତି ଯେ ଅନ୍ୟ କମ୍ପାନୀ ସହ କଣ୍ଟ୍ରାକ୍ଟ ସାଇନ କରିଛନ୍ତି ଏବଂ ଏହା ବେଆଇନ ବୋଲି ସେ କହିଛନ୍ତି |

କମ୍ପାନୀ କହିଛି ଯେ ସାଇନ କୃଷ୍ଣ ସହିତ ଯେଉଁ ଅବୈଧ କଣ୍ଟ୍ରାକ୍ଟ ସାଇନ କରାଯାଇଛି ତାକୁ ରଦ୍ଦ କରାଯାଉ | କମ୍ପାନୀ ସେଥିପାଇଁ ଜ୍ୟୋତିଙ୍କ ପିତାଙ୍କୁ ଲିଗାଲ ନୋଟିସ ପଠାଯାଇଛି | କମ୍ପାନୀ କୌଣସି ବିବାଦ ଚାହୁଁନି ବୋଲି ବିନୋଦ କାପଡ଼ି କହିଛନ୍ତି | ଅପରପକ୍ଷରେ ଗଣମାଧ୍ୟମ ଜ୍ୟୋତି ଓ ତାଙ୍କ ପିତାଙ୍କ ପକ୍ଷ ଜାଣିବାକୁ ଚାହୁଁଥିବାବେଳେ ସେମାନେ ଗଣମାଧ୍ୟମ ସାମ୍ନାକୁ ଆସୁନାହାନ୍ତି | ଏବେ ପ୍ରଶ୍ନ ଉଠିଛି ଯେଉଁ ଗଣମାଧ୍ୟମ ଯୋଗୁଁ ଜ୍ୟୋତି ଏତେ ଚର୍ଚ୍ଚିତ ହୋଇଥିଲେ ଏବେ ସେହି ଗଣମାଧ୍ୟମ ସାମ୍ନାକୁ କାହିଁକି ଆସୁନାହାନ୍ତି | 

ମିଳିଥିବା ସୂଚନା ଅନୁଯାୟୀ, ମୋହନ ପାଶୱାନଙ୍କ ତରଫରୁ ପକ୍ଷ ରଖାଯାଇଛି ଯେ, ସେ କଣ୍ଟ୍ରାକ୍ଟ ଭାଙ୍ଗି ନାହାନ୍ତି ବରଂ କମ୍ପାନୀ ବିଳମ୍ବ କରିଛି | ତେବେ ସେ କୋର୍ଟ କାର୍ଯ୍ୟାନୁଷ୍ଠାନକୁ ସାମ୍ନା କରିବାକୁ ରାଜି ଅଛନ୍ତି ବୋଲି ଜଣାପଡିଛି | ସେ କୋର୍ଟରେ ନିଜ ପକ୍ଷ ରଖିବେ ବୋଲି ଶୁଣିବାକୁ ମିଳିଛି |

   Related Posts