Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସାବାସ ସୁଶାନ୍ତ: ବାପା ଆଇସିୟୁରେ କିନ୍ତୁ ପୁଅ ସମାଜ ସୁରକ୍ଷାରେ କରୋନା ଯୋଦ୍ଧା

3/05/2020 at 5:14 PM

ଭଦ୍ରକ, ୦୩|୦୫: ପ୍ରଥମେ କର୍ତ୍ତବ୍ୟ ପରେ ପରିବାର, ଏ କଥା ଆମେ କହୁନାହୁଁ ବରଂ ଏହାକୁ ବାସ୍ତବରେ କରି ଦେଖାଇଛନ୍ତି ଚାନ୍ଦବାଲି ତହସିଲଦାର  ସୁଶାନ୍ତ ସୂତାର  । ଏବେ ତାଙ୍କ ବାପା ଆଇସିୟୁରେ ଜୀବନ ଯୁଦ୍ଧରେ ଲଢ଼େଇ କରୁଥିବା ବେଳେ ପୁଅ ଏବେ ମହାମାରୀ କରୋନା ପାଇଁ ଯୋଦ୍ଧା ସାଜିଛନ୍ତି।

ସୁଶାନ୍ତ ଚାନ୍ଦବାଲିର ତହସିଲଦାର  ଭାବେ  ୩ ମାସ ହେବ  କାର୍ଯ୍ୟଭାର ସମ୍ଭାଳୁଛନ୍ତି । ମହାମାରୀ କରୋନା ପାଇଁ ତାଙ୍କ ଉପରେ ପ୍ରଶାସନ ପକ୍ଷରୁ ଗୁରୁ ଦାୟିତ୍ବ ଥିବାବେଳେ କିନ୍ତୁ ବାପାଙ୍କର ଘଟିଥିଲା ଦୁର୍ଘଟଣା । ତାଙ୍କ ପିତା ଏହି ସମୟରେ ସିଡ଼ିରୁ ପଡିଯାଇ ଗରୁତର ଆହାତ ହୋଇଥିଲେ । ଏବେ ସେ ଆଇସିୟୁରେ ରହିଛନ୍ତି ।  ଏପରି ସ୍ଥିତିରେ ନିଜର ପରିବାର ଓ ନିଜ ବାପାଙ୍କୁ ଛାଡ଼ି ସୁଶାନ୍ତ  ନିଜର କର୍ତ୍ତବ୍ୟ ଜାରି  ରଖିଛନ୍ତି ।

ବିଶ୍ବର ମହାମରୀ କରୋନାକୁ ନେଇ ଏବେ ସମସ୍ତେ ଆତଙ୍କିତ । ଏହାର ମୁକାବିଲା  କରିବାକୁ ଦେଶରେ ଲକଡାଉନ ଜାରୀ ରହିଛି । ଏହି ଲକଡାଉନକୁ ସଫଳ କରିବାକୁ ପ୍ରଶାସନିକ ଅଧତ୍କାରୀଙ୍କଠୁ ଆରମ୍ଭ କରି ପୋଲିସ ବିଭାଗ ଦିନରାତି ପରିଶ୍ରମ କରିବା ସହ ଲୋକଙ୍କୁ ସଚେତନ କରୁଛନ୍ତି ।

ରାଜ୍ୟରେ କରୋନା ମାନଚିତ୍ରରେ ଭଦ୍ରକ ଜିଲ୍ଲା ରେଡ୍ ଜୋନରେ ଥିବାରୁ ପ୍ରଶାସିନ ଅଧତ୍କାରୀ ଓ ପୋଲିସ ବିଭାଗର ଦାୟିତ୍ବ ବହୁ ପରିମାଣରେ ବଢିଯାଇଛି । ହେଲେ ସମସ୍ତ କରୋନା ଯୋଦ୍ଧା ସେମାନଙ୍କର ପରିବାରଠୁ ଦୂରରେ ରହି ମଧ୍ୟ କର୍ତବ୍ୟ ଭୂଲି ନାହାନ୍ତି । ନିଜର କର୍ତବ୍ୟ ଆଗରେ ଅସୁସ୍ଥ ବାପାଙ୍କ ସେବା କରିବା ପାଇଁ ସୁଯୋଗ ପାଇ ପାରୁ ନାହାନ୍ତି  ସୁଶାନ୍ତ । ,ଜଣେ ଦକ୍ଷ ପ୍ରଶାସନିକ ଅଧତ୍କାରୀ ଭାବେ ଚାନ୍ଦବାଲିରେ ଏବେ ସେ ଘରେ ଘରେ ପରିଚିତ ।

   Related Posts